Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବ୍ୟାଙ୍କରେ ଲୋନ୍‌ର ପ୍ରଲୋଭନ, ଅନେକ ଠକେଇର ଶିକାର

3/06/2021 at 1:18 PM

ଜଳେଶ୍ୱର ୦୩।୦୬: ଲୋନ୍‌ କରାଇଦେବାକୁ କହି ଠକେଇ । ବ୍ୟାଙ୍କରେ ଲକ୍ଷାଧିକ ଟଙ୍କାର ଲୋନ କରାଇ ଦେବାକୁ କହି ଲୋକଙ୍କଠାରୁ   ଲକ୍ଷାଧିକ  ଟଙ୍କା ଠକେଇ ହୋଇଥିବାର ଅଭିଯୋଗ ଆସିଛି  । ଏନେଇ ଥାନାରେ ମାମଲା  ।

ଖବର ଅନୁଯାୟୀ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲୋକ ମାନେ ସ୍ୱାବଲମ୍ବୀ ହେବା ପାଇଁ ବ୍ୟାଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଶୀଳ ସୁଜନଶୀଳତା ଯୋଜନା(PMEGP)ମାଧ୍ୟମରେ ବିଭିନ୍ନ ଛୋଟ ଶିଳ୍ପ କେନ୍ଦ୍ର ଯଥା ଟେଲରିଙ୍ଗ, ଝୋଟ କାମ, ଵିୟୁଟିପାଲର ଖୋଲିବା ପାଇଁ ବ୍ୟାଙ୍କ ଯୋଗେ ଲୋନ ଯୋଗେଇ ଦିଆଯାଏ ।  ମାତ୍ର ଲୋନ ପୂର୍ବରୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ଶିଳ୍ପ କେନ୍ଦ୍ର (DIC)ରେ ଟ୍ରେନିଙ୍ଗ ସହିତ ପଞ୍ଜିକୃତ କରିବାକୁ ପଡେ ।  ଶେଷରେ  ସ୍ଥାନୀୟ ବ୍ୟାଙ୍କ ଲୋନ ଦେଇ ଥାଏ  ।

ତେବେ  ଏହାର ସୁଯୋଗ ନେଇ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଛମୌଜ ଗ୍ରାମର ବିନ୍ଦୁମତୀ ନନ୍ଦ , ସ୍ୱାମୀ ପ୍ରଶାନ୍ତ କୁମାର ନନ୍ଦ ବ୍ୟାଙ୍କର  ଜଣେ କର୍ମଚାରୀ ଅଛନ୍ତି ବୋଲି ମିଛ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଜଳେଶ୍ୱର ଅଞ୍ଚଳର କିଛି ମହିଳା ଓ ପୁରୁଷଙ୍କର PMEGP ମାଧ୍ୟମରେ ଲୋନ କରେଇ ଦେବେ କହି ଅଗ୍ରୀମ ଲକ୍ଷାଧିକ ଟଙ୍କା ନେଇଥିଲେ । ଘଟଣାକୁ ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି  ସୁଫଳ ମିଳିପାରିନଥିଲା । 

ଶ୍ରୀମତୀ ବିନ୍ଦୁମତୀ ନନ୍ଦୀ ନିଜର ମୋବାଇଲ ସୁଇଚ୍‌ ବନ୍ଦ କରି କୁଆଡେ ପଳେଇଯାଇଥିଲେ ।  ଜଳେଶ୍ୱର ଅଞ୍ଚଳର ବିନତୀ ପାତ୍ର ,ସୀତା ରାଣୀ ବିନ୍ଧାଣୀ, ସୁଦୀପ୍ତ କର ତାଙ୍କ ସହିତ ଯୋଗାଯୋଗ  କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ  ମିଳିପାରିନଥିଲା ।  ଶେଷରେ ନ୍ୟାୟ ପାଇଁ ଜଳେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଛି

   Related Posts