Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କୋଟିଏରୁ ଅଧିକ ଟଙ୍କା ଠକି ମହିଳା ଛୁ, ୯୦ ମହିଳାଙ୍କ ନାଁରେ ବ୍ୟାଙ୍କରୁ ଲୋନ୍ ଉଠାଇ ପରିବାର ସହ ଚମ୍ପଟ

27/06/2021 at 12:12 PM

ବାରିପଦା ୨୭।୦୬: ଲୋଭ ଦେଖାଇ ଠକେଇ । କୋଟିଏରୁ ଅଧିକ ଟଙ୍କା ଠକି ମହିଳା ଛୁ । ଅଭିନବ ଉପାୟରେ କୋଟିଏରୁ ଅଧିକ ଟଙ୍କା ଠକି ଚମ୍ପଟ ମାରିଛନ୍ତି ମହିଳା । ବାରିପଦା ଟାଉନ ଥାନା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ । ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ବାରିପଦା ଟାଉନର ୧୫ ଏବଂ ୧୯ ନମ୍ବର ୱାର୍ଡର ୭ ଟି SHG ଗ୍ରୁପ୍ ର ୯୦ ଜଣ ମହିଳାଙ୍କୁ ଲୋନ୍ କରାଇଦେବାର ପ୍ରଲୋଭନ ଦେଖାଇ ଚୂନ ଲଗାଇଛନ୍ତି ମହିଳା ଜଣଙ୍କ । ପ୍ରଥମେ ଛୋଟ ଲୋନ୍ କରାଇ ଦେଇ ସେମାନଙ୍କ ବିଶ୍ବାସଭାଜନ ହୋଇଥିଲେ । ଛୋଟ ଲୋନ ସୁଝି ବା ପରେ ବିଭିନ୍ନ ବ୍ୟାଙ୍କରୁ ବଡ ଲୋନର ପ୍ରଲୋଭନ ଦେଖାଇ ଠକେଇର ପ୍ଲାନ ରଚିଥିଲେ । ଲୋନ୍ କରାଇଦେଇଥିଲେ, ଆଉ ସବୁ ଟଙ୍କା ଧରି ଚମ୍ପଟ ମାରିଛନ୍ତି ମହିଳା ଜଣକ । ଖୋଜା ପଡିବା ବେଳକୁ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ପରିବାର ସହ ଆସବାପତ୍ର ଧରି ଫେରାର ହୋଇଯାଇଛନ୍ତି।

ମହିଳା ଜଣଙ୍କ ହେଉଛନ୍ତି ବାରିପଦାରେ ଅସ୍ଥାୟୀ ଭାବେ ପରିବାର ସହ ରହିଥିବା ନବକିଶୋର ବେହେରାଙ୍କ ପତ୍ନୀ ଅଷ୍ଟମୀ ବେହେରା। ଠକେଇ ନେଇ କିଛି ମହିଳା ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶତାଧିକ ଗରିବ ମହିଳାଙ୍କ ମୁଣ୍ଡରେ ଋଣ ବୋଝ ଦେଇ ସର୍ବସ୍ୱ ଲୁଟି ଫେରାର ମହିଳାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଠକେଇର ଶିକାର ମହିଳା । ବାରିପଦା ଟାଉନ ପୋଲିସ ମାମଲା ର ତଦନ୍ତ ଆରମ୍ଭ କରିବା ସହିତ ଫେରାର ମହିଳା ଓ ତାଙ୍କ ପରିବାର ଲୋକଙ୍କୁ ଧରିବାକୁ ଚେଷ୍ଟା କରୁଛି। ପୋଲିସ ପକ୍ଷରୁ କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନି।

   Related Posts