କମିଶନରେଟ ପୋଲିସ ହାତରେ କୁଖ୍ୟାତ ଠକ, ରାଜଧାନୀରେ ପ୍ଲଟ ଦେବାକୁ କହି ଠକୁଥିଲା

Published By : Prameya-News7 Bureau | January 17, 2022 IST

ଭୁବନେଶ୍ୱର ୧୭ /୦୧: କମିଶନରେଟ ପୋଲିସ ହାତରେ ଧରାପଡିଛି କୁଖ୍ୟାତ ଠକ । ଭୁବନେଶ୍ୱର ରେଳ ଷ୍ଟେସନରୁ ପଦାରବିନ୍ଦ ମହାପାତ୍ରକୁ ଗିରଫ କରି ମଞ୍ଚେଶ୍ବର ଥାନା ପୋଲିସ । ଇଡକୋର ଏକ ଜମି ଦେବାକୁ କହି ପି.ଏନ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଠାରୁ ଲୁଟିଥିଲେ ୨ କୋଟି ୧୨ ଲକ୍ଷ ଟଙ୍କା । ଇଡକୋ ପକ୍ଷରୁ ବିଜ୍ଞାପନ ଦିଆଯାଇଥିବା ଏକ ଜମିକୁ କିଣିବା ପାଇଁ ମଧ୍ୟସ୍ଥି ସାଜିଥିଲେ ପଦାରବିନ୍ଦ । ଟଙ୍କା ଠକି ନେଇ ଦୀର୍ଘ ଏକ ବର୍ଷ ଧରି ରାଜ୍ୟ ବାହାରକୁ ଚାଲିଯାଇଥିଲେ ପଦାରବିନ୍ଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.