ପାରଳାଖେମୁଣ୍ଡି ପୋଲିସକୁ ସଫଳତା: ଧରାପଡିଲେ ୨ କୁଖ୍ୟାତ ଠକ, ୫୦୦ ଲୋକଙ୍କୁ ଠକି ଭୁଆଁ ବୁଲାଉଥିଲେ

Published By : Prameya-News7 Bureau | April 16, 2021 IST

ଗଜପତି ୧୬/୪: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସକୁ ସଫଳତା । ଲଟେରୀ ଠକଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ପାରଳାଖେମୁଣ୍ଡି ଥାନା ରଣୀପେଣ୍ଠ ଗାଁରେ ୩ ଯୁବକ ଲଟେରୀ ସ୍କିମରେ ଲୋକଙ୍କୁ ସୁନା ,ଗହଣା, ଆସବାବପତ୍ର ଯୋଗାଇଦେବାକୁ କହି ଲକ୍ଷ୍ମୀ ଗଣେଶ ଲଟେରୀ ନାଁରେ ଏସ ସଂସ୍ଥା ଆରମ୍ଭ କରିଥିଲେ ।

ଏଥିପାଇଁ ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଗିରଫ ୨ ଯୁବକ ହେଲେ ବାଡୁ ଗଣପତି ଏବଂ ସୁନାଶଗଡ଼ ପ୍ରତାପ । ଏହି ଦୁଇଜଣ ରଣୀପେଣ୍ଠ ଗାଁର ବଡ଼ ସାହିର ବିଭିନ୍ନ ପ୍ରଲୋଭନ ସ୍କିମ କରି ସାଧାରଣ ଲୋକଙ୍କୁ ଠକି ଚାଲିଥିଲେ । ୧୫ଦିନରେ ୫୦୦ରୁ ଅଧିକ ଲୋକଙ୍କ ଠାରୁ ନେଇ ଠକେଇ କରିଥିଲେ ଟଙ୍କା। ହେଲେ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିବା ସମୟରେ ବିଭିନ ଲୋକଙ୍କ ଠାରୁ ନେଇଥିବା ଅର୍ଥର ଦସ୍ତାବିଜ ପାଇଥିଲା । ତାରି ଆଧାରରେ ପାରଳାଖେମୁଣ୍ଡି ପୋଲିସ ଏହି ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.