Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ନିଜ ବାଡ଼ିଗାର୍ଡକୁ ବିବାହ କରି ରାଣୀର ମାନ୍ୟତା ଦେଲେ ରାଜା: ସମସ୍ତ ଟିଭି ଚାନେଲରେ ହୋଇଥିଲା ବିବାହର ସିଧା ପ୍ରସାରଣ

2/05/2019 at 5:58 PM

ଥାଇଲ୍ୟାଣ୍ଡ ୨/୫ : କିଛି ଦିନ ହେଲା ଥାଇଲ୍ୟାଣ୍ଡର ରାଜାଙ୍କ ଖୁବ ଚର୍ଚ୍ଚା ହେଉଛି | ଥାଇଲ୍ୟାଣ୍ଡ ରାଜା ବାଜିରାଲୋଙ୍ଗକର୍ଣ ନିଜ ବ୍ୟକ୍ତିଗତ ସୁରକ୍ଷାକର୍ମୀ ବା ବଡିଗାର୍ଡଙ୍କୁ ବିବାହ କରିଥିବା ନେଇ ଚର୍ଚ୍ଚା ହେଉଛି | ରାଜାଙ୍କ ବୟସ ୬୬ ବର୍ଷ | ବୟସରେ ନିଜଠାରୁ ୨୬ ବର୍ଷ କମ ବୟସ ମହିଳାଙ୍କୁ ରାଜା ବିବାହ କରିଛନ୍ତି | ରାଜା ରାଜକୀୟ ଶୈଳୀରେ ନିଜ ବଡିଗାର୍ଡଙ୍କୁ ବିବାହ କରିଥିଲେ | ବିବାହର ସିଧା ପ୍ରସାରଣ ମଧ୍ୟ ଥାଇଲ୍ୟାଣ୍ଡର ଟିଭି ଚାନେଲ ମାନଙ୍କରେ ହୋଇଥିଲା |
ବୁଧବାର ଦିନ ରାଜାଙ୍କ ରାଜକୀୟ ବିବାହ ସମ୍ପର୍ଣ ହୋଇଥିଲା |

ବିବାହ ପରେ ରାଜ ପରିବାର ତରଫରୁ ବୟାନ ଜାରି କରାଯାଇଥିଲା | ବୟାନରେ କୁହାଯାଇଥିଲା ଯେ, ରଜାମୀୟା ବିବାହ ପରେ ରାଜାଙ୍କ ପତ୍ନୀଙ୍କୁ ରାଣୀର ସମ୍ମାନ ଦିଆଯାଇଛି | ଏହାସହ ରାଜାଙ୍କ ପତ୍ନୀ ଶୁଥିଦାଙ୍କୁ ରାଣୀ ଶୁଥିଦା ଭାବେ ପରିଚୟ ପ୍ରଦାନ କରାଯାଇଥିଲା | ସେ ବର୍ତ୍ତମାନ ଥାଇଲ୍ୟାଣ୍ଡର ରାଜ ପରିବାରର ଜଣେ ସଦସ୍ୟ |


ରାଣୀ ଶୁଥିଦାଙ୍କ ବୟସ ୪୦ ବର୍ଷ | ସେ ବହୁତ ବର୍ଷ ପୂର୍ବରୁ ରାଜଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଥିଲେ | ରାଜଙ୍କ ବାଡ଼ି ଗାର୍ଡ ହେବ ପୂର୍ବରୁ ଶୁଥିଦା ଥାଇ ଏୟାରୱେଜରେ ଫ୍ଲାଇଟ ଏଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ଥିଲେ | ୨୦୧୪ ମସିହାରେ ରାଜା ଶୁଥିଦାଙ୍କୁ ନିଜ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ଡେପୁଟି କମାଣ୍ଡର ଭାବେ ଚୟନ କରିଥିଲେ | ୨୦୧୬ ମସିହାରେ ପ୍ରମୋସନ କରି ରାଜା ତାଙ୍କୁ ଜେନେରାଲ ପଦବୀ ଦେଇଥିଲେ | ୨୦୧୭ ମସିହାରେ ଶୁଥିଦାଙ୍କୁ ରାଜା ନିଜ ବ୍ୟକ୍ତିଗତ ବାଡ଼ି ଗାର୍ଡ ଭାବେ ନିୟୋଜିତ କରିଥିଲେ |


ରାଜା ବାଜିରାଲୋଙ୍ଗକର୍ଣଙ୍କୁ ରାଜା ରାମ ଏକ୍ସ ବୋଲି ମଧ୍ୟ କୁହାଯାଇଥାଏ | ଏହା ପୂର୍ବରୁ ରାଜା ୩ ଥର ବିବାହ କରିଥିଲେ | ୩ ରାଣୀଙ୍କୁ ରାଜା ଛାଡପତ୍ର ଦେଇଛନ୍ତି | ୩ ରାଣୀଙ୍କ ଔରସରୁ ରାଜାଙ୍କ ୭ ଜଣ ସନ୍ତାନ ଅଛନ୍ତି | ୨୦୧୬ ମସିହାରେ ତାଙ୍କ ପିତା ରାଜା ଥିବା ଭୂମିବୋଲଙ୍କ ମୃତ୍ୟୁ ପରେ ବାଜିରାଲୋଙ୍ଗକର୍ଣଙ୍କୁ ସମ୍ରାଟ କରି ଦିଆଯାଇଥିଲା |

   Related Posts