Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଲକ୍ଷ୍ନୌରେ ଥାଇଲାଣ୍ଡ ଯୁବତୀଙ୍କ ମୃତ୍ୟୁ, ସମାଜବାଦୀ ପାର୍ଟି ନେତାଙ୍କ ଅଭିଯୋଗ- ବିଜେପି ସାଂସଦଙ୍କ ପୁଅ ଡକାଇଥିଲେ

9/05/2021 at 10:01 PM

ଲକ୍ଷ୍ନୌ ୦୯।୦୫: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନାରେ ଜଣଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ରହସ୍ୟ ହୋଇ ରହିଛି। ତିନି ମାସର ଭିସାରେ ବ୍ୟାଙ୍କକ୍‌ରୁ ଭାରତ ଆସିଥିବା ଯୁବତୀଙ୍କ ଲକ୍ଷ୍ନୌରେ କରୋନାରେ ମୃତ୍ୟୁ ଘଟିଛି। ଥାଇ ଦୂତାବାସ ଆଦେଶ ପରେ ବିଦେଶୀ ମହିଳାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ମାତ୍ର ଲକ୍ଷ୍ନୌ ପୋଲିସ ପାଇଁ ବଡ ପ୍ରଶ୍ନ ଏହା ଯେ, ଯୁବତୀ ବ୍ୟାଙ୍କକ୍‌ରୁ ଲକ୍ଷ୍ନୌ କେବେ ଆସିଲେ, କାହାକୁ ଭେଟିବାକୁ ଆସିଥିଲେ ଏବଂ କଣ ପାଇଁ ଆସିଥିଲେ ? ପୋଲିଏ ଏବେ ଯୁବତୀଙ୍କ ଲକ୍ଷ୍ନୌ କନେକ୍ସନର ସନ୍ଧାନରେ ଜୁଟି ଯାଇଛି।

ସୂଚନାଯୋଗ୍ୟ, ଥାଇଲାଣ୍ଡର ଯୁବତୀଙ୍କ ଲକ୍ଷ୍ନୌର ରାମ ମନୋହର ଲୋହିଆ ହସ୍ପିଟାଲଗରେ ଗତ ମେ ୩ରେ ମୃତ୍ୟୁ ଘଟିଥିଲା। ପୋଲିସକୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୨୮ରେ ଯୁବତୀଙ୍କୁ ହସ୍ପିଟାଲର ଏମରଜେନ୍ସି ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ଯୁବତୀ ଲକ୍ଷ୍ନୌରେ ନିଜ ଠିକଣା ହଜରତଗଞ୍ଜ ଲେଖାଇଥିଲେ। ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ଯୁବତୀଙ୍କୁ କୋଭିଡ୍ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା।

କୁହାଯାଉଛି ଯେ, ଯୁବତୀଙ୍କ ସ୍ଵାସ୍ଥ୍ୟବସ୍ଥା ଦେଖାଶୁଣା ପାଇଁ ସୁଲତାନପୁରରେ ମେଡିକାଲ ଷ୍ଟୋର ଓ ଟ୍ରାଭେଲ୍ ଏଜେନ୍ସିର ସଞ୍ଚାଳକ ମହମ୍ମଦ ସଲମାନ ରାମ ମନୋହର ଲୋହିଆ ପହଞ୍ଚିଥିଲେ। ମାତ୍ର ସେ ଯୁବତୀଙ୍କୁ ଜାଣିନଥିବା କହିଥିଲେ। ରାୟପୁରର ବିଲ୍‌ଡର ରାକେଶ ଶର୍ମାଙ୍କ ଫୋନ୍‌ ଆସିବାରୁ ଏବଂ ତାଙ୍କ କହିବାନୁଯାୟୀ ସେ ରାମ ମନୋହର ଲୋହିଆ ହସ୍ପିଟାଲ ପହଞ୍ଚିଥିଲେ।

ଥାଇ ରାଷ୍ଟ୍ରଦୂତ ଯୁବତୀଙ୍କ ଅନ୍ତିମ ସଂସ୍କାରର ଦାୟିତ୍ଵ ସଲମାନଙ୍କୁ ଦେଇଥିଲେ। ଏଥିସହ ଯୁବତୀଙ୍କ ପାସପୋର୍ଟ ଓ ଅନ୍ୟ ସାମଗ୍ରୀ ଦୂତାବାସ ପଠାଇବାକୁ କହିଥିଲେ। ଏହା ପରେ ସଲମାନ ମେ ୬ରେ ଯୁବତୀଙ୍କ ଅନ୍ତିମ ସଂସ୍କାର ଭୈଶାକୁଣ୍ଡରେ କରାଇଥିଲେ।

ଏବେ ପ୍ରଶ୍ନ ଉଠୁଛି ଯେ, ବ୍ୟାଙ୍କକର ଯୁବତୀ କରୋନାର ଏହି ମହାମାରୀ ସମୟରେ ଲକ୍ଷ୍ନୌ କେମିତି ଆସିଲେ, କାହିଁକି ଆସିଲେ, କେବେ ଆସିଲେ ଏବଂ କାହାକୁ ଭେଟିବାକୁ ଆସିଲେ ? ଯଦି ସେ ନିଜର ଠିକଣା ହଜରତଗଞ୍ଜ ଦେଇଥିଲେ ତେବେ ରାମ ମନୋହର ଲୋହିଆ ହସ୍ପିଟାଲ୍ ପର୍ଯ୍ୟନ୍ତ କେମିତି ପହଞ୍ଚିଲେ।

ଏହା ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଆଇପି ସିଂହ ଯୁବତୀଙ୍କ ମାମଲାରେ ଜଣେ ବିଜେପି ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି, ଏହି ଯୁବତୀଙ୍କୁ ବିଜେପି ସାଂସଦଙ୍କ ପୁଅ ଦ୍ଵାରା ଡକାଯାଇଥିଲା। ଏହି ବିଷୟରେ ସାଂସଦ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ କହିଛନ୍ତି ଯେ, ସେ ଲକ୍ଷ୍ନୌ ପୋଲିସ କମିସନରଙ୍କୁ ଚିଠି ଲେଖି ପଚାରିବେ ଯେ, କେଉଁ ଆଧାରରେ ତାଙ୍କ ପୁଅଙ୍କ ନାମକୁ ଏହି ମାମଲାରେ ବ୍ୟବହାର କରାଯାଉଛି। ବିନା ପ୍ରମାଣ ଏବଂ ସାକ୍ଷ୍ୟରେ ଏମିତି କେମିତି ଅଭିଯୋଗ କରାଯାଉଛି।

୨୦୨୧ ମାର୍ଚ୍ଚ ୧୯ର ଭିସାରେ ଯୁବତୀ ବ୍ୟାଙ୍କକରୁ ଜାରି ପାସପୋର୍ଟରେ ଦିଲ୍ଲୀ ଆସିଥିଲେ। ସଲମାନର ବୟାନ ଅନୁଯାୟୀ, ଯୁବତୀ କୌଣସି ଥାଇ ପ୍ରୋଡକ୍ଟର କନଫରେନ୍ସ ପାଇଁ ଦିଲ୍ଲୀ ଆସିଥିଲେ, ମାତ୍ର ଯୁବତୀ କାହିଁକି ଲକ୍ଷ୍ନୌ ଆସିଥିଲେ ଏହି ପ୍ରଶ୍ନର ଉତ୍ତର ଦେଇ ପାରିନାହିଁ ସଲମାନ।

   Related Posts