ସ୍ପାରେ କାମ କରୁଥିବା ଥାଇଲାଣ୍ଡର ଯୁବତୀଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର: ହତ୍ୟା ସନ୍ଦେହ

Published By : Prameya-News7 Bureau | September 08, 2020 IST

ସୁରତ ୮/୯: ଗୁଜୁରାଟର ସୁରତରେ ଏକ ସ୍ପାରେ କାମ କରୁଥିବା ଥାଇଲାଣ୍ଡର ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି ଯାହା ଫଳରେ ସେଠାରେ ହଇଚଇ ସୃଷ୍ଟି ହୋଇଛି। ଯୁବତୀ ଜଣକ ସୁରତର ମଗଦଲ୍ଲା ଗାଁର ଭୈୟାଜୀ କଲୋନୀର ଏକ ଘରେ ରହୁଥିଲେ।

{"id":326717,"sizeSlug":"large"}

୨୭ବର୍ଷ ବୟସ୍କା ଥାଇଲାଣ୍ଡର ଯୁବତୀ ଇସ୍କନ୍ ମଲରେ ଏକ ସ୍ପାରେ କାମ କରୁଥିଲେ। ଯୁବତୀ ପାଖରେ ଭଡ଼ା ଘରେ ରହୁଥିଲେ।

{"id":326718,"sizeSlug":"large"}

ଯେଉଁ ଘରେ ଯୁବତୀ ରହୁଥିଲେ ସେଠାରେ ରବିବାର ଧୂଆଁ ବାହାରିବାରୁ ପଡ଼ୋଶୀମାନେ ଘର ମାଲିକଙ୍କୁ ସୂଚନା ଦେଇଥିଲେ। ଘର ମାଲିକ ବାହାରୁ ତାଲା ପଡ଼ିଥିବାର ଦେଖିଥିଲେ କିନ୍ତୁ ଯୁବତୀ ଭିତରେ ପୋଡ଼ି ଯାଉଥିଲେ।

{"id":326719,"sizeSlug":"large"}

ପୋଲିସ୍ ଏହି ମାମଲାରେ ହତ୍ୟା ସନ୍ଦେହ କରୁଛି କାରଣ ଯୁବତୀଙ୍କ ମୃତ୍ୟୁ ଯେଉଁ ସନ୍ଦିଗ୍ଧ ପରିସ୍ଥିତିରେ ହୋଇଛି ଏବଂ ଯେପରି ଭାବେ ଶବ ମିଳିଛି ଏହା ନିଶ୍ଚିତ ଭାବେ ହତ୍ୟାକାଣ୍ଡ ହୋଇପାରେ। ପୋଲିସ୍ ଯୁବତୀଙ୍କ ବୟଫ୍ରେଣ୍ଡକୁ ସନ୍ଦେହ କରୁଛି। ପୋଲିସ୍ ଟିକ୍ ତାକୁ ଖୋଜିବାରେ ଲାଗିଛି।

ଯୁବତୀଙ୍କ ପଡ଼ୋଶୀ କହିଛନ୍ତି ଯେ ଶନିବାର ରାତିରେ ଯୁବତୀଙ୍କ ବନ୍ଧୁ ତାଙ୍କ ଘରକୁ ଆସିଥିଲେ। ଏହା ପରେ ୩ଜଣ ପୁଅ ବାଇକରେ ଆସିଥିଲେ ଏବଂ ସେହି ସମୟରେ ଯୁବତୀଙ୍କ ସହ ସେମାନଙ୍କର ଝଗଡ଼ା ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.