Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଥାଇଲ୍ୟାଣ୍ଡ ରସାୟନ କାରଖାନାରେ ଅଗ୍ନିକାଣ୍ଡ ପରେ ବ୍ୟାପିଲା ବିଷାକ୍ତ ଧୂଆଁ, ୫ କିଲୋମିଟର ଅଞ୍ଚଳରୁ ଖାଲି ହେଲେ ଲୋକ

6/07/2021 at 7:58 PM

ବ୍ୟାଙ୍ଗକକ୍ : ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟଙ୍ଗକକ୍ ସହର ବାହାରେ ଥିବା ରସାୟନ କାରଖାନାର ନିଆଁ ମଙ୍ଗଳବାର ନିର୍ବାପିତ ହୋଇଛି। ଦମକଳ ବାହିନୀ ଦୀର୍ଘ ୨୪ ଘଣ୍ଟା ଲାଗି ନିଆଁକୁ ଆୟତ୍ତ କରିଛନ୍ତି। ତେବେ କାରଖାନାରେ ନିଆଁ ଆୟତ ହେବା ପରେ ନୂଆ ସମସ୍ୟା ଉପୁଜିଛି। ଏଠାରୁ ବିଷାକ୍ତ ଧୂଆଁ ନିର୍ଗତ ହେଉଥିବା ବେଳେ କାରଖାନା ଆଖାପାଖ ୫ କିଲୋମିଟର ଅଞ୍ଚଳକୁ ଖାଲି କରାଯାଇଛି।

ମିଙ୍ଗଡିହ ରସାୟନ କାରଖାନାରେ ନିଆଁ ଲାଗିବା ଯୋଗୁ ଜଣକର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସମସ୍ତ ମୃତାହତ ଜରୁରିକାଳୀନ ସେବା କର୍ମଚାରୀ ବୋଲି ଜଣାପଡିଛି। ଆହତଙ୍କ ମଧ୍ୟରୁ ୩୦ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରବିବାର ରାତି ପ୍ରାୟ ୩ଟା ବେଳେ କାରଖାନାରେ ନିଆଁ ଲାଗିଯାଇଥିଲା। ମଙ୍ଗଳବାର ଭୋର ପ୍ରାୟ ୩ଟା ବେଳକୁ ନିଆଁ ଆୟତ୍ତ ହୋଇଥିଲା। ଏଠାରେ ଥିବା ଉଚ୍ଚ ଜ୍ୱଳନଶୀଳ ଷ୍ଟାଇରିନ ମନୋମରରେ ନିଆଁ ଲାଗିଥିଲା।

କାରଖାନାରେ ଡିସପୋଜେବଲ ଫୋମ ପ୍ଲେଟ, କପ ଓ ଅନ୍ୟ ସାମଗ୍ରୀ ନିର୍ମାଣ କରୁଥିଲେ। ଏଣୁ ରସାୟନରୁ ନିଆଁ ନିର୍ବାପିତ ହେବା ପରେ ଧୂଆଁ ଚିନ୍ତାର କାରଣ ପାଲଟିଲାଣି। ରସାୟନର ଧୂଆଁ ଯୋଗୁ ମୁଣ୍ଡ ବୁଲେଇ ହେବା ସହ ବାନ୍ତି ହେଉଛି। ଏହି ଧୂଆଁ ଲୋକଙ୍କ ନିଶ୍ୱାସପ୍ରଶ୍ୱାସରେ ଗଲେ ଦୀର୍ଘକାଳୀନ ଅସୁସ୍ଥତାରେ କର୍କଟ ରୋଗର ସମ୍ଭାବନା ମଧ୍ୟ ରହିଛି। ଏଣୁ କାରଖାନା ଆଖପାଖ ୫ କିଲୋମିଟର ଅଞ୍ଚଳକୁ ପ୍ରଶାସନ ଖାଲି କରିଦେଇଛନ୍ତି।

   Related Posts