ନୋ ମାସ୍କ-ନୋ ଏଣ୍ଟ୍ରି, ଥାଇଲାଣ୍ଡରେ ଦୋକାନରେ ଅଟୋମେଟିକ ଦରଜା ମାସ୍କ ପିନ୍ଧି ନ ଥିବା ଗ୍ରାହକଙ୍କ ପାଇଁ ଖୋଲିବନି

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ ୦୯/୧୦: କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ଏବେ ବାଧ୍ୟତାମୂଳକ ହୋଇଛି। ଏହା ସହ ସାମାଜିକ ଦୂରତ୍ବକୁ ମଧ୍ୟ ଯଥାସମ୍ଭବ ପାଳନ କରିବାକୁ କୁହାଯାଉଛି। ବିଭିନ୍ନ ଦୋକାନରେ ମଧ୍ୟ ମାସ୍କ ପିନ୍ଧିବା ତଥା ସାମଜିକ ଦୂରତ୍ବ ପାଳନ କରିବା ନେଇ ସଚେତନ କରାଯାଉଛି। ଏହି କ୍ରମରେ ଥାଇଲାଣ୍ଡର ଗୋଟିଏ ଦୋକାନ ମାସ୍କ ପିନ୍ଧି ନ ଥିବା ଗ୍ରାହକଙ୍କ ପାଇଁ ଭିନ୍ନ ଉପାୟ ଗ୍ରହଣ କରିଛି।

ଥାଇଲାଣ୍ଡର ଗୋଟିଏ ଦୋକାନ ଏମିତି ଏକ ସିଷ୍ଟମ ଇନଷ୍ଟଲ କରିଛି ଯାହା ମାସ୍କ ପିନ୍ଧିଥିବା ଲୋକଙ୍କ ପାଇଁ ଦୁଆର ଖୋଲି ଥାଏ। ଅର୍ଥାତ ମାସ୍କ ନ ଥିଲେ ଦୋକାନକୁ  ଗ୍ରାହକଙ୍କ ଏଣ୍ଟ୍ରି ନାହିଁ। ଟ୍ବିଟର ୟୁଜର ନିଆଲ ହାରବିସନ ଏ ନେଇ ଏକ ଭିଡ଼ିଓ ପ୍ରଥ​ମେ ସେୟାର କରିଛନ୍ତି। ଦୋକାନର ଦୁଆର ମୁହଁରେ ଏକ ମେସିନ ଫିଟ୍ କରାଯାଇଛି ଯାହା ଗ୍ରାହକଙ୍କ ମୁହଁକୁ ମାସ୍କ ପାଇଁ ସ୍କାନ କରିଥାଏ। ଏହା ସହ ଶରୀରର ତାପମାତ୍ରା ମଧ୍ୟ ରେକର୍ଡ କରୁଛି। ମାସ୍କ ପିନ୍ଧି ଥିବା ତଥା ଜ୍ବର ନ ଥିବା ଗ୍ରାହକଙ୍କ ପାଇଁ କେବଳ ଦୋକାନ ଦୁଆର ଖୋଲି ଥାଏ।

wp:core-embed/twitter {"url":"https://twitter.com/NiallHarbison/status/1312668730791403520","type":"rich","providerNameSlug":"twitter","className":""}
https://twitter.com/NiallHarbison/status/1312668730791403520
/wp:core-embed/twitter

ଟ୍ବିଟରରେ ଏହି ଭିଡ଼ିଓ ସେୟାର ହେବା ପରେ ପରେ ଏହାକୁ ୬ ମିଲିଅନ ଥର ୟୁଜର ସେୟାର କଲେଣି। ସୂଚନାଯୋଗ୍ୟ ଥାଇଲାଣ୍ଡରେ ୩୬୦୦ ଜଣ କରୋନା ଭାଇରସରେ ସଂକ୍ରମିତ ହେବା ସହ ଏଥିରୁ ୫୦ ଜଣ ପ୍ରାଣ ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.