Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଥାଇଲାଣ୍ଡର ଗୁମ୍ଫା ଭିତରେ ଦଶ ଦିନ ହେଲା ଫସି ରହିଛନ୍ତି ୧୦ ବାଳକ ଓ ସେମାନଙ୍କ ଫୁଟବଲ କୋଚ

3/07/2018 at 10:19 AM

ଥାଇଲାଣ୍ଡର ଗୁମ୍ଫା ଭିତରେ ଦଶ ଦିନ ହେଲା ଫସିଥିବା ୧୨ ଜଣ ବାଳକ ଏବଂ ସେମାନଙ୍କ ଫୁଟବଲ କୋଚ ଜୀବିତ ଅଛନ୍ତି । ପ୍ରବଳ ବର୍ଷା ଯୋଗୁଁ ୧୧ରୁ ୧୬ ବର୍ଷ ବୟସର ଏହି ଫୁଟବଲ ଖେଳାଳି ଓ ସେମାନଙ୍କ ୨୫ ବର୍ଷୀୟ କୋଚ୍ ଥାମ୍ ଲୁଆଙ୍ଗ ଗୁମ୍ଫା ଭିତରେ ଫସି କରି ଅଛନ୍ତି ।
ଗତମାସ ୨୩ ତାରିଖରେ ଥାଇଲାଣ୍ଡର ଉତ୍ତରାଞ୍ଚଳ ସୀମାନ୍ତ ଫରେଷ୍ଟ ପାର୍କ ଅଞ୍ଚଳରେ ବନ୍ୟାରୁ ବର୍ତ୍ତିବା ଲାଗି ଗୁମ୍ଫା ଭିତରେ ପଶିଯାଇଥିଲେ ବାଳ ଫୁଟବଲ ଟିମ୍ ।ସୋମବାର ସେମାନଙ୍କୁ ଠାବ କରାଯାଇଛି । ସେମାନେ ଜୀବିତ ଥିଲେ ବି ଅତି ଦୁର୍ବଳ ହୋଇ ପଡିଛନ୍ତି ।
ଗୁମ୍ଫା ଭିତରୁ ଫୁଟବଲ ଟିମ୍କୁ ଉଦ୍ଧାର ଲାଗି ହେଲିକପ୍ଟର , ବୋଟ୍ସହ ଲାଗିଛନ୍ତି ଉଦ୍ଧାରକାରୀ ଦଳ । ତେବେ ସେମାନଙ୍କୁ ଉଦ୍ଧାର ଲାଗି ଆଉ କିଛି ଦିନ ଲାଗିବ । ସେଥିଲାଗି ଏବେ ଗୁମ୍ଫା ଭିତରକୁ ଖାଦ୍ୟ, ଔଷଧ ଓ ଜୀବନ ରକ୍ଷା ଉପକରଣ ପଠାଯାଇଛି ।
ଫୁଟବଲ ଖେଳାଳି ଏହି ଛୋଟ ପିଲାଏବଂ କୋଚ ବଞ୍ଚିଥିବା ଖବର ପାଇବା ପରେ ଦେଶ ବ୍ୟାପି ଆନନ୍ଦ ଓ ଉତ୍ସାହ । ଗୁମ୍ଫା ଭିତରକୁ ୪ ମାସର ଖାଦ୍ୟ ପଠାଯାଇଥିବା ଏବଂ ସେଠାକୁ ସ୍ବତନ୍ତ୍ର ତାଲିମପ୍ରାପ୍ତ ଉଦ୍ଧାରକାରୀଙ୍କୁ ପଠାଯାଇଥିବା ସରକାରୀ ଭାବେ କୁହାଯାଇଛି ।

   Related Posts