Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

କଲ୍‌ଗାର୍ଲ ହୋଇ ଭାରତ ଆସିଥିଲେ ଥାଇଲାଣ୍ଡ ଯୁବତୀ, କରୋନାରେ ଚାଲିଗଲା ଜୀବନ

8/05/2021 at 10:16 PM

ଲକ୍ଷ୍ନୌ, ୦୮/୦୫: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନାର ପ୍ରକୋପ ଜାରି ରହିଛି । ଏଥି ମଧ୍ୟରେ କରୋନାରେ ମୃତ୍ୟୁ ହୋଇଥିବା ଏକ ଏପରି ମାମଲା ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ କିଛି ସମୟ ପାଇଁ ସ୍ଥିର କରିଦେବ ।

ଲକ୍ଷ୍ନୌକୁ କଲ୍‌ଗାର୍ଲ ହୋଇ ଆସିଥିବା ଜଣେ ଯୁବତୀଙ୍କର ଦୁଇଦିନ ପରେ କରୋନାରେ ମୃତ୍ୟୁ ହୋଇଛି । ପୋଲିସ୍‌ ଯୁବତୀଙ୍କ ଅନ୍ତିମ ସଂସ୍କାର କରିବା ସହିତ ସେ କାହିଁକି ଲକ୍ଷ୍ନୌ ଆସିଥିଲେ ସେ ନେଇ ତଦନ୍ତ କରିଥିଲା । ଏହାପରେ ପ୍ରାଥମିକ ସ୍ତରରୁ ପୋଲିସ୍‌ ଜାଣିବାକୁ ପାଇଥିଲା ଯେ, ଉକ୍ତ ଯୁବତୀ ଦେହ ବ୍ୟବସାୟୀ । ତାଙ୍କୁ ସେହି ଅଞ୍ଚଳରେ ସେକ୍ସ କାରବାର କରୁଥିବା ଏକ ସଂସ୍ଥା ସାହାଯ୍ୟରେ ଭାରତ ଅଣାଯାଇଥିଲା ।

ସୂଚନା ମୁତାବକ, ଏହି କଲଗାର୍ଲ ଜଣକୁ ୧୦ ଦିନ ପୂର୍ବେ ଲକ୍ଷ୍ନୌର ଜଣେ ବଡ ବେପାରୀଙ୍କ ପୁଅ ଥାଇଲାଣ୍ଡରୁ ଡକାଇଥିଲେ । ସେ ୨ ଦିନ ପରେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ଲୋହିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଗତ ୩ ତାରିଖରେ ମୃତ୍ୟୁ ହୋଇଯାଇଥିଲା।

ପୋଲିସ ପୂର୍ବରୁ ଥାଇଲାଣ୍ଡ ଦୂତାବାସ ସହିତ ଯୋଗାଯୋଗ କରି ତାଙ୍କ ପରିବାର ଲୋକଙ୍କୁ ମୃତଦେହ ପ୍ରଦାନ କରିବାକୁ ଚେଷ୍ଟା କରିଥିଲା । ହେଲେ ଯୁବତୀଙ୍କର କୌଣସି ପରିବାର ଲୋକ ଆସିନଥିବାରୁ ଶନିବାର ଏଜେଣ୍ଟଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଏହି ଏଜେଣ୍ଟଙ୍କ ସାହାଯ୍ୟରେ କଲ୍‌ଗାର୍ଲ ଜଣକ ଭାରତ ଆସିଥିଲେ । ତାଙ୍କର ମୃତ୍ୟୁ ପରେ ପୋଲିସ ଏବେ ଲକ୍ଷ୍ନୌରେ ପାଦ ଦେଇଥିବା ଅନ୍ତର୍ଜାତୀୟ ସେକ୍ସ ରାକେଟ ବିଷୟରେ ଜାଣିବାକୁ ଚେଷ୍ଟା କରୁଛି । ପୋଲିସର କହିବା ଅନୁସାରେ, ଉକ୍ତ କଲଗାର୍ଲଙ୍କ ସମ୍ପର୍କରେ କେଉଁ କେଉଁ ଲୋକ ଆସିଥିଲେ ସେ ନେଇ ଅଧିକ ତଦନ୍ତ ଜାରି ରହିଛି ।

   Related Posts