Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଏହି ରାଜାଙ୍କ ଅନ୍ତ୍ୟେଷ୍ଟିରେ ଖର୍ଚ୍ଚ ହୋଇଥିଲା ପୁରା ୬ଶହ କୋଟି ଟଙ୍କା, ସୁନା ରଥରେ ବୁହାହୋଇ ଶ୍ମସାନକୁ ଯାଇଥିଲା ଶବ

28/08/2019 at 4:16 PM

କୁହାଯାଏ ମଣିଷ ଦୁନିଆରୁ କିଛି ନେଇଯାଇ ପାରେନା। ଯେମିତି ଆସିଥାଏ ତାକୁ ସେମିତି ଖାଲି ହାତରେ ଫେରିବାକୁ ପଡିଥାଏ। ଏଣୁ ଲୋକେ  ଯେତେବେଳେ ମୃତ୍ୟୁର ନିକଟତର ହୁଅନ୍ତି  ତାଙ୍କ ନିଜ ଘରେ ବି ତାଙ୍କର ଆଉ ଆଦର ନଥାଏ।  ହେଲେ ତାଙ୍କ ପରଲୋକ ପରେ ବାହାରକୁ ଦେଖାଇବାକୁ ଘର ଲୋକେ ବେହିସାବ ଖର୍ଚ୍ଚ କରିଥାନ୍ତି । ଏପରି ଏକ ଅନ୍ତ୍ୟେଷ୍ଟି ଥାଇଲ୍ୟାଣ୍ଡ ରାଜାଙ୍କ ପରଲୋକରେ ହୋଇଥିଲା। ଯେଉଁଥି ଲାଗି ରାଜକୋଷରୁ ଖର୍ଚ୍ଚ ହୋଇଥିଲା ପୁରା ୬ଶହ କୋଟି ଟଙ୍କା।

ବିଶ୍ୱର ସୁନ୍ଦରତମ ସ୍ଥାନ ମଧ୍ୟରେ ଥାଇଲ୍ୟାଣ୍ଡ ଅନ୍ୟତମ। ସୁନ୍ଦରତା ଲାଗି ଦେଶର ଯେତିକି ପ୍ରସିଦ୍ଧି ରହିଛି ତାର ଧାର୍ମିକ ଓ ସାମାଜିକ ରିତିରିବାଜ ଲାଗି ମଧ୍ୟ ଦେଶ ସେତିକି ପ୍ରସିଦ୍ଧ। ଏଠାରେ ରାଜା ହିଁ ସର୍ବେସର୍ବା। ଏମିତିରେ କହିବାକୁ ଗଲେ ଥାଇଲ୍ୟାଣ୍ଡରେ ରାଜା ହିଁ ଲୋକଙ୍କ ଭଗବାନ। ଏଣୁ ରାଜାଙ୍କ ପରଲୋକରେ ଅନ୍ତ୍ୟେଷ୍ଟି ମଧ୍ୟ ରାଜକୀୟ ହୋଇଥାଏ। ଦେଶର ପୂର୍ବତନ ରାଜା ଭୂମିଭୋଲ ଅଦୁଲ୍ୟାଦେଜଙ୍କର ଗତ ୨୦୧୬ ମସିହାରେ ପରଲୋକ ହୋଇଥିଲା। ରାଜାଙ୍କ ପରଲୋକରେ ଦେଶ ଗୋଟିଏ ବର୍ଷ ଶୋକପାଳନ  କରିଥିଲା।  ୧୩ ଅକ୍ଟୋବର ୨୦୧୬ରେ ରାଜା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହାର ବର୍ଷକ ପରେ ଅର୍ଥାତ ଅକ୍ଟୋବର ୨୦୧୭ରେ ରାଜାଙ୍କ ଅନ୍ତ୍ୟେଷ୍ଟୀ ଅନୁଷ୍ଠିତ ହୋଇଥିଲା।

ବର୍ଷତମାମ ଦେଶରେ ଚାଲିଥିଲା ରାଜାଙ୍କ ଅନ୍ତ୍ୟେଷ୍ଟି ପ୍ରସ୍ତୁତି। ରାଜାଙ୍କ ଅନ୍ତ୍ୟେଷ୍ଟି ଲାଗି ୫ଶହ ମୂର୍ତ୍ତି ନିର୍ମାଣ କରାଯାଇଥିବା ବେଳେ ଶ୍ମଶାନରେ  ସ୍ୱର୍ଣ୍ଣଭଳି ଝଟକୁଥିବା ମଞ୍ଚ ପ୍ରସ୍ତୁତ କରାଯାଇଥିଲା। ରାଜାଙ୍କ ପାର୍ଥିବ ଶରୀରକୁ ବୌଦ୍ଧ ଧର୍ମାନୁସାରେ ଏକ ସ୍ୱର୍ଣ୍ଣ ରଥରେ ଉପବେଶନ କରାଯାଇ ରାଜ ପ୍ରାସାଦ ଠାରୁ ୨ କିଲୋମିଟର ଦୂର ଶ୍ମଶାନକୁ ନିଆଯାଇଥିଲା।  ଏଥିଲାଗି ଲାଗି ଭବ୍ୟ ଶୋଭାଯାତ୍ରା ଆୟୋଜନ କରାଯାଇଥିବା ବେଳେ ହାତୀ ଓ ଅଶ୍ୱମଧ୍ୟ ସାମିଲ ଥିଲେ। ରାଜାଙ୍କ ଶବ ଶୋଭାଯାତ୍ରା ଶ୍ମସାନରେ ପହଞ୍ଚିବାକୁ ପ୍ରାୟ ୩ ଘଣ୍ଟା ଲାଗିଥିଲା। ସେଠାରେ ତାଙ୍କୁ ତୋପ ସଲାମୀ ସହ ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଥିଲା।

କୁହାଯାଏ ବିଶ୍ୱରେ ଏପର୍ଯ୍ୟନ୍ତ ହୋଇଥିବା ଅନ୍ତ୍ୟେଷ୍ଟିରେ ରାଜା ଭୂମିଭୋଲ ଅଦୁଲ୍ୟେଦଜଙ୍କ ଅନ୍ତ୍ୟେଷ୍ଟି ସବୁଠୁ ମହଙ୍ଗା। ଆମେରିକାର ମାସଚ୍ୟୁସେଟ୍ ରେ ୧୯୨୭ ମସିହାରେ ଜନ୍ମିତ ରାଜା ଭୂମିଭୋଲ ମାତ୍ର ୧୮ ବର୍ଷ ବୟସରେ ରାଜଗାଦୀ ସମ୍ଭାଳିଥିଲେ। ଚକରୀ ରାଜବଂଶର ନବମ ରାଜା ଥିଲେ ଭୂମିଭୋଲ। ବିଶ୍ୱରେ ସବୁଠୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜ ଶାସନ କରିବାରେ ଭୂମିଭୋଲ ଏକମାତ୍ର ରାଜା ଥିଲେ।

   Related Posts