Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||

କରୋନାରେ ବି ରାଜକୀୟ ଜୀବନ ଶୈଳୀ ଛାଡି ନାହାନ୍ତି ଥାଇ ରାଜା, ଆଇସୋଲେସନରେ ସାଙ୍ଗରେ ରଖିଛନ୍ତି ୨୦ ମହିଳା

31/03/2020 at 6:11 PM

ବ୍ୟାଙ୍କକ୍ : ଥାଇ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେଉଛନ୍ତି ରାଜା ମହାବାଜିରା ଲଙ୍ଗକର୍ଣ୍ଣ। ସାରା ବିଶ୍ୱରେ ଏବେ କରୋନା ସଂକ୍ରମଣର ସମୟ। ଏଣୁ ଦେଶ ପରେ ଦେଶ ଲକଡାଉନ୍ ଘୋଷିତ ହେଉଛି। ଏଥିରେ ଥାଇଲ୍ୟାଣ୍ଡ ରାଜାଙ୍କ ଅଭିସାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଇସୋଲେସନ ଲାଗି ରାଜା ଲଙ୍ଗକର୍ଣ୍ଣ ଦକ୍ଷିଣ ଜର୍ମାନର ସୋନେନବିଚଲ ହୋଟେଲକୁ ବୁକ୍ କରିଥିବା ବେଳେ ସାଙ୍ଗରେ ପୁରା ହାରେମ ନେଇ ଯାଇଛନ୍ତି।

ଦକ୍ଷିଣ ଜର୍ମାନର ଏହି ଭବ୍ୟ ହୋଟେଲରେ ରାଜା ଲଙ୍ଗକର୍ଣ୍ଣ ୨୦ଜଣ ମହିଳା ଓ ତାଙ୍କ ପରିଚାରକଙ୍କ ସହ ଆଇସୋଲେସନରେ ଅଛନ୍ତି। ଜର୍ମାନ ଟାବଲଏଡ୍ ଅନୁସାରେ ରାଜା ସ୍ଥାନୀୟ ପ୍ରଶାସନର ଅନୁମତି ନେବା ପରେ ଏହି ହୋଟେଲଟିକୁ ପୁରା ବୁକ୍ କରିଦେଇଛନ୍ତି। ୨୦୧୬ ମସିହାରେ ପିତାଙ୍କ ମୃତ୍ୟୁ ପରେ ମହାବାଜିରା ଲଙ୍ଗକର୍ଣ୍ଣ ଉତ୍ତରାଧିକାରରେ ଦେଶର ରାଜା ଅଭିଷେକ ହୋଇଥିଲେ। ତାଙ୍କୁ ଦେଶବାସୀ ରାମା ‘ଦଶମ’ ଭାବେ ଗ୍ରହଣ କରନ୍ତି।

୬୭ ବର୍ଷ ବୟସ୍କ ଲଙ୍ଗକର୍ଣ୍ଣ ତାଙ୍କ ଅଙ୍ଗ ରକ୍ଷୀଙ୍କୁ ଚତୁର୍ଥ ବିବାହ କରିଛନ୍ତି। ପ୍ରଥମ ୩ ପତ୍ନୀଙ୍କ ସହ ରାଜାଙ୍କ ଛାଡପତ୍ର ହୋଇଥିଲେ ହେଁ ତାଙ୍କର ୭ଟି ସନ୍ତାନ ଅଛନ୍ତି। ତେବେ ରାଜାଙ୍କ ଏହି ଆଇସୋଲେସନରେ ତାଙ୍କ ସହ ତାଙ୍କର ଚତୁର୍ଥ ପତ୍ନୀ ଅଛନ୍ତି କି ନା ତାହା କିନ୍ତୁ ସ୍ପଷ୍ଟ ହୋଇପାରିନି। ଏବେ ଜର୍ମାନରେ ବି କରୋନା ବ୍ୟାପୁଛି। ଏଣୁ ରାଜା ତାଙ୍କ ସହ ତାଙ୍କର ୧୧୯ ଜଣିଆ ପରିଚାରକ ଦଳ ନେଇ ଯାଇଥିଲେ। ତେବେ ସଂକ୍ରମଣ ଭୟରେ ଅଧିକାଂଶଙ୍କୁ  ସ୍ୱଦେଶ ଫେରାଇ ଦେଇଥିବା ବେଳେ ବାକି ଲୋକେ ତାଙ୍କ ସହ ଅଛନ୍ତି।

ଥାଇ ଲ୍ୟାଣ୍ଡରେ କରୋନା ଏବେ ମାରାତ୍ମକ ରୂପ ଧାରଣ କରିଛି। ଏଣୁ ଦେଶରେ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ କରିଦିଆଯାଇଥିବା ବେଳେ ଲୋକେ ଘରେ ସମୟ କାଟୁଛନ୍ତି। ଉପୁଜିଥିବା ପରିସ୍ଥିତିରେ ରାଜାଙ୍କ ପଳାୟନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଥାଇଲ୍ୟାଣ୍ଡରେ ରାଜାଙ୍କ ବିରୋଧରେ କିଛି କହିବା ଗୁରୁତର ଅପରାଧ ମନେ କରାଯାଏ। ଏଥିଲାଗି ଉଭୟ ଜେଲ ଓ ଜରିମନାର ବି ପ୍ରାବଧାନ ଅଛି। ହେଲେ କରୋନା ଜନିତ ପରିସ୍ଥିତିରେ ରାଜାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଲୋକେ ସେମାନଙ୍କ  ଲାଗି ରାଜାଙ୍କ ଆବଶ୍ୟକତା ନେଇ ହ୍ୟାସ୍ ଟ୍ୟାଗ୍ ଟ୍ରେଣ୍ଡ କରାଉଛନ୍ତି।

   Related Posts