ଏହି ଭାରତୀୟ ଖେଳାଳିଙ୍କ କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ଆଉ ମିଳିବନି ସୁଯୋଗ

Published By : Prameya-News7 Bureau | July 22, 2019 IST

ନୂଆଦିଲ୍ଲୀ୨୨|୭: ବିଶ୍ବକପ ପରେ ଭାରତୀୟ କ୍ରିକେଟ ଟିମର ଜଣେ ଜଣେ ପରେ ଅଭିଜ୍ଞ ଖେଳାଳିଙ୍କ କ୍ୟାରି୍ରରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଗତକାଲି ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ତିନୋଟି ଫର୍ମାଟ ପାଇଁ ଭାରତୀୟ ଟିମର  ୧୫ ଜଣ ଖେଳାଳି ନାଁ ଚୟନ କମିଟି ଘୋଷଣା କରିଛି। ଧୋନୀ ବଦଳରେ ଋଷଭ ପନ୍ଥଙ୍କ ନାଁକୁ ଓ୍ବିକେଟ କିପର ଭାବରେ ଚୟନ କମିଟି ଘୋଷଣା କରିଛି। ଏସବୁ ଭିତରେ ଜଣେ ଅଭିଜ୍ଞ ଖେଳାଳି ଦିନେଶ କାର୍ତ୍ତିକଙ୍କ ଖେଳ କ୍ୟାରିୟରରେ  ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି ବୋଲି କ୍ରିକେଟ ସମୀକ୍ଷକ କହିଛନ୍ତି।

ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଦିନେଶ କାର୍ତ୍ତିକ ଯାଇପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ଗତକାଲି ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମରେ ଚୟନ କମିଟି ସ୍ପଷ୍ଟ କରିଛନ୍ତି ଯେ, ଧୋନିଙ୍କ ବଦଳରେ ଓ୍ବିକେଟ କିପର ଭାବରେ ଋଷଭ ପନ୍ଥ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବେ। ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଖେଳ ହେବାକୁ ଥିବା ୩ଟି ଫର୍ମାଟରେ ଦିନେଶ କାର୍ତ୍ତିକ ନାଁକୁ ବାଦ ଦିଆଯାଇଛି।

ଆଗାମୀ ଅର୍ନ୍ତଜାତୀୟ ମ୍ୟାଚରେ ଦିନେଶଙ୍କୁ ଖେଳ ପଡ଼ିଆରେ ଦର୍ଶକ ଆଉ ଦେଖିବେ ନାହିଁ ବୋଲି ସ୍ପଷ୍ଟ ହୋଇସାରିଛି। ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଦିନେଶଙ୍କୁ ଚୟନ ନକରିବାର ବହୁତ କାରଣ ରହିଛି। ପୂର୍ବ ମ୍ୟାଚରେ ଖେଳିଥିବା ମ୍ୟାଚଗୁଡ଼ିକରେ ଦିନେଶ ଏତେ ଭଲ ପ୍ରଦର୍ଶନ କରିପାରି ନଥିଲେ। ଏହା ଛଡ଼ା ତାଙ୍କ ବୟସକୁ ଲକ୍ଷ୍ୟକରି ଚୟନ କମିଟି ଏଭଳି ନିଷ୍ପତ୍ତି ନେଇପାରିଥାନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

୩୪ ବର୍ଷୀୟ ଭାରତୀୟ ଖେଳାଳି ଦିନେଶ କାର୍ତ୍ତିକ ଭଲ ଫର୍ମରେ ନଥିବାରୁ ତାଙ୍କୁ ଆଗାମୀ ମ୍ୟାଚରୁ  ବାଦ ଦିଆଯାଇଥାଏ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ୨୦୧୯ ବିଶ୍ବକପ ସେମିଫାଇନାଲ ମ୍ୟାଚକୁ ମିଶାଇ ଦିନେଶ ୩ଟି ମ୍ୟାଚରେ ଖେଳିବାର ସୁଯୋଗ ପାଇଥିଲେ। ଏହି ତିନୋଟି ମ୍ୟାଚରୁ  ଦୁଇଟି ମ୍ୟାଚରେ ବ୍ୟାଟିଂ କରି ମାତ୍ର ୧୪ ରନ ସଂଗ୍ରହ କରିଥିଲେ। ସୂଚନାଯୋଗ୍ୟ, ୨୦୦୭ ବିଶ୍ବକପ ପରେ ଦ୍ବିତୀୟ ଥର ପାଇଁ ୨୦୧୯ ବିଶ୍ବକପରେ ଖେଳିବାକୁ ସୁଯୋଗ ପାଇଥିଲେ ଦିନେଶ। କିନ୍ତୁ ଚଳିତ ଥର ତାଙ୍କର ବ୍ୟାଟିଂ ଷ୍ଟ୍ରାଇକ୍ ରେଟ୍ ୪୧.୧୮ ଥିଲା । ଫଳରେ ଚୟନ କମିଟି ତାଙ୍କୁ ୱେଷ୍ଟଇଣ୍ଡିଜ ଗସ୍ତ ତାଲିକାରୁ ବାଦ ଦେଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

୨୦୧୯ ବିଶ୍ବକପରେ ଋଷଭ ପନ୍ଥ ୪ଟି ମ୍ୟାଚ ଖେଳି ୧୧୬ ରନ ସଂଗ୍ରହ କରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ୍ ୮୯.୨୩ ରହିଥିବାରୁ ଚୟନ କମିଟି ତାଙ୍କ ନାଁ ଘୋଷଣା  କରିଥିବା ନେଇ ଚର୍ଚ୍ଚା ହେଉଛି। ଋଷଭ ପନ୍ଥ ୯ଟି ଟେଷ୍ଟ ମ୍ୟାଚରେ ୨ ଶତକ ଓ ୨ ଅର୍ଦ୍ଧ ଶତକ ହାସଲ କରିଛନ୍ତି। ଏସବୁ ଦିଗକୁ ଲକ୍ଷ୍ୟକରି ଚୟନ କମିଟି ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଦିନେଶ କାର୍ତ୍ତିକ ନାଁକୁ ବାଦ ଦେଇପାରିଥାନ୍ତି ବୋଲି ଚର୍ଚ୍ଚା ହେଉଛି।ୱେଷ୍ଟଇମ୍ଡିଜ ଗସ୍ତରେ ଯଦି ଋଷଭ ଭଲ ପ୍ରଦର୍ଶନ କରନ୍ତି ତାହେଲେ ଭବିଷ୍ୟତରେ ଦିନେଶଙ୍କ ନାଁ ଉଠିବାର ସମ୍ଭାବନା କ୍ଷୀଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.