Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ନୂଆ ବ୍ୟବସାୟ ଆରମ୍ଭ କଲେ ତେଜ ପ୍ରତାପ: ଲାଲୁ ଓ ରାବଡୀଙ୍କ ନାଁରେ ଲଞ୍ଚ କଲେ ବ୍ୟୁଟି ପ୍ରଡକ୍ଟ ଓ ଧୂପକାଠି

8/07/2021 at 4:45 PM

ପାଟନା ୦୮/୦୭ : ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ଏବଂ ଆରଜେଡି ନେତା ତେଜ ପ୍ରତାପ ଯାଦବ ବର୍ତ୍ତମାନ ବଜାରରେ ରାମଦେବ ବାବାଙ୍କୁ ଟକ୍କର ଦେବାକୁ ଦେଶୀ ଉତ୍ପାଦ ଲଞ୍ଚ କରିଛନ୍ତି। ତେଜ ପ୍ରତାପ ସୌନ୍ଦଯ୍ୟ ଦ୍ରବ୍ୟ ସହିତ ଧୂପକାଠି ବ୍ୟବସାୟ ଆରମ୍ଭ କରିଥିଲେ। ବଜାରରେ ଥିବା ସମସ୍ତ ଉତ୍ପାଦକୁ LR ନାମରେ ବ୍ରାଣ୍ଡେଡ୍ କରାଯାଇଛି। ଲାରା ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ମୁଖ୍ୟତ LR ଲାଲୁ-ରାବଡୀଙ୍କ ନାଁରେ ରଖାଯାଇଛି ବୋଲି କୁହାଯାଉଛି। ଯାହାକୁ ସଟ୍‌ରେ ଲାରା କୁହାଯାଏ। ସମସ୍ତ ଉତ୍ପାଦର ବିଶେଷତ୍ୱ ହେଉଛି ଏସବୁ ପ୍ରାକୃତିକ ଓ ହର୍ବଲ ତରିକାରେ ପ୍ରସ୍ତୁତ କରାଯାଉଛି। ଅନେକ ପ୍ରକାରର ସାବୁନ୍ ମଧ୍ୟ ପ୍ରସ୍ତୁତ କରାଯାଉଛି। ଏଠାରେ କାର୍ଯ୍ୟରତ କର୍ମଚାରୀ କହିଛନ୍ତି ଯେ ଅନେକ ପ୍ରକାରର ଫୁଲରୁ ସମସ୍ତ ସାବୁନ ପ୍ରସ୍ତୁତ ହେଉଛି।

ତେଜ ପ୍ରତାପଙ୍କ ଅନୁଯାୟୀ, ଲାରା କମ୍ପାନୀ ଦ୍ୱାରା ଉତ୍ପାଦିତ ସମସ୍ତ ଉତ୍ପାଦ ହର୍ବଲ ଏବଂ ପ୍ରାକୃତିକ ତରିକାରେ ପ୍ରସ୍ତୁତ କରାଯାଉଛି। ଭାଇରାଲ ହୋଇଥିବା ଏକ ଭିଡିଓରେ ତେଜ ପ୍ରତାପ ସମସ୍ତ ଉତ୍ପାଦର ସୂଚନା ଦେଉଛନ୍ତି। ଲାଲୁଙ୍କ ଅନ୍ଦାଜରେ ଭାଷଣ ଦେଉଥିବା ଆରଜେଡିର କୃଷ୍ଣା ଯାଦବ ସମସ୍ତ ଉତ୍ପାଦ ସମ୍ବନ୍ଧରେ ସୂଚନା ଦେଇ କହିଛନ୍ତି ଯେ LR ନାଁରେ ବ୍ୟୁଟି ପ୍ରଡକ୍ଟ ସହ ଧୂପକାଠି ମଧ୍ୟ ପ୍ରସ୍ତୁତ କରାଯାଉଛି ଯାହା ବଜାରରେ ସମସ୍ତଙ୍କ ପାଇଁ ଉପଲବ୍ଧ। ପାଟନାରେ ଏଥିପାଇଁ ଏକ ବଡ ଶୋ’ରୁମ ଖୋଲିବାକୁ ମଧ୍ୟ ଯୋଜନା ଚାଲିଛି ଯେଉଁଠାରେ ସମସ୍ତ ଉତ୍ପାଦ ବିକ୍ରି କରାଯିବ।

ଲାରା ନାଁରେ ତିଆରି ହେଉଥିବା ସମସ୍ତ ଉତ୍ପାଦ ସେହି ଜାଗାରେ ପ୍ରସ୍ତୁତ କରାଯାଉଛି ଯେଉଁଠାରେ ଲାଲୁ ଗାଈ ରଖୁଥିଲେ। ଏହି ଗୁହାଳରେ ଲାଲୁ ପ୍ରସାଦଙ୍କ ଶହ ଶହ ଗାଈ ପାଳିଥିଲେ ଯାହାକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିଲା। ଏଠାରୁ ହଜାର ହଜାର ଲିଟର କ୍ଷୀର ବଜାରକୁ ବିକ୍ରି ପାଇଁ ଯାଉଥିଲା। ଲାଲୁ ଯାଦବ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅଧିକାଂଶ ସମୟରେ ଏଠାକୁ ଆସୁଥିଲେ। ବର୍ତ୍ତମାନ ଏଠାରେ ବ୍ୟୁଟି ପ୍ରଡକ୍ଟ ଓ ଧୂପକାଠି ପ୍ରସ୍ତୁତ ହେଉଛି। ବହୁ ସଂଖ୍ୟାରେ କାରିଗର ଏଠାରେ ଦିନ ରାତି କାମ କରୁଛନ୍ତି।

   Related Posts