Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

କପଡା ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ, ନିଆଁଲିଭା ପାଇଁ ୪୦ ଦମକଳ ଗାଡି ନିୟୋଜିତ

21/01/2020 at 7:34 AM

ସୁରଟ ୨୧।୧: ଗୁଜରାଟ ସୁରଟ ରଘୁବୀର କପଡା ମାର୍କେଟ୍ ରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୪୦ରୁ ଅଧିକ ଦମକଳ ଗାଡି ନିୟୋଜିତ ହୋଇଛି । ଦମକଳ ବାହିନୀ କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଅଗ୍ନିକାଣ୍ଡ ଏତେ ଭୟଙ୍କର ହୋଇଛି ଯେ, ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଛି ।

ସାରୋଲି ଅଞ୍ଚଳରେ ଥିବା ଏହି ୧୦ ମହଲା ବିଶିଷ୍ଟ କପଡା ମାର୍କେଟ୍ କୁ ନିଆଁ ପୂରାପୁରି ବ୍ୟାପିଯାଇଛି । ବର୍ତ୍ତମାନ ନିଆଁ ଲାଗିବାର ସ୍ପଷ୍ଟ କାରଣ ଜଣାପଡିନାହିଁ । ଦମକଳ ବାହିନୀ କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଘଟଣାରେ କେହି ମୃତାହକ ହୋଇଥିବା ଖବର ଜଣାପଡିନାହିଁ । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଏହି ମାର୍କେଟ୍ ର ନବମ ମହଲାରେ ନିଆଁ ଲାଗିଥିଲା ।

   Related Posts