ଏହି ବ୍ୟକ୍ତିଜଣକ ଲକ୍ଷେ ଟଙ୍କା ଦେଇ କିଣିଲେ ଦୁର୍ଲଭ ଛେଳିକୁ : କାରଣ ଜାଣି ଚମକିଯିବେ ଆପଣ

Published By : Prameya-News7 Bureau | February 15, 2019 IST

ନୂଆଦିଲ୍ଲୀ ୧୫/୧: ଏହି ବ୍ୟକ୍ତିଜଣକ ଲକ୍ଷେ ଟଙ୍କା ଦେଇ ଏହି ଦୁର୍ଲଭ ଛେଳିଟିକୁ କିଣିଛନ୍ତି। ଜଣେ ବିଦେଶୀ ଶିକାରୀ ଗୋଟିଏ ଦୁର୍ଲଭ ପାହାଡ଼ିଆ ଛେଳିକୁ ମାରିବା ପାଇଁ ପାକିସ୍ତାନ ସରକାରକୁ ପାଖାପାଖି ୭୮ଲକ୍ଷ ଟଙ୍କା ଦେଇଛନ୍ତି। ଆମେରିକାରେ ରହୁଥିବା ଶିକାରୀ ବ୍ରିଆନ୍ ହାର୍ଲନ୍ ମୋଟା ରକମ ଦେଇ ଛେଳିକୁ ମାରିବା ପାଇଁ ଲାଇସେନ୍ସ ପାଇଛନ୍ତି।

{"id":85415,"width":594,"height":437}

ଏହି ଦୁର୍ଲଭ ଛେଳି ଉତ୍ତର ହିମାଳୟର ଗିଲଗିନ୍ ବାଲଟିସ୍ତାନରେ ଦେଖିବାକୁ ମିଳେ। ଏହି ଆମେରିକୀୟ ବ୍ୟକ୍ତି ଜଣକ ଶିକାର ସହିତ ଜଡ଼ିତ ଭିଡିଓ ମଧ୍ୟ ସୋଶିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ପେଶାରେ ଜଣେ ବ୍ୟବସାୟୀ ଏବଂ ଶିକାରୀ ହୋଇଥିବା ବ୍ରିଆନ୍ ସ୍ଥାନୀୟ ଟିଭି ଚ୍ୟାନେଲ୍ ସହ କଥା ହେବା ବେଳେ କହିଛନ୍ତି ଯେ ପାକିସ୍ତାନକୁ ଆସିବା ତାଙ୍କ ପାଇଁ ଅନେକ ଲାଭବାନ୍ ହୋଇଥାଏ। ସେ ପାକିସ୍ତାନକୁ ୩ଥର ଆସିଛନ୍ତି ଏବଂ ପାକିସ୍ତାନରେ ଅନେକ ରକମର ପଶୁ ଶିକାର କରିଛନ୍ତି।

{"id":85417,"width":594,"height":339}

ସେ କହିଛନ୍ତି ଯେ ପାହାଡ଼ୀ ଛେଳିକୁ ସେ ନିଜ ତାଲିକାରେ ସବୁଠୁ ଶେଷରେ ରଖିଥିଲେ। ପାକିସ୍ତାନର ସ୍ଥାନୀୟ ଲୋକଙ୍କ ନିମନ୍ତେ ଏହି ଛେଳିକୁ ଶିକାର କରିବା ବେଆଇନ୍ ହୋଇଥାଏ। କିନ୍ତୁ ବିଦେଶୀ ଶିକାରୀଙ୍କୁ ପ୍ରତ୍ୟକ ଋତୁରେ ୧୨ଟି ଛେଳି ଶିକାର କରିବାକୁ ଲାଇସେନ୍ସ ଦିଆଯାଇଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.