ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ଟିକା କୋଭିସିଲ୍ଡର ପରୀକ୍ଷଣ, ସ୍ପଷ୍ଟ କଲା ସେରମ ଇନଷ୍ଟିଚ୍ୟୁୟଟ୍

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୦୯।୦୯: ରୁଷ କରୋନା ଭ୍ୟାକସିନ ପ୍ରସ୍ତୁତ କରି ସାରିଥିଲେ ମଧ୍ୟ ଏହା ସେତେଟା ଭରସାଯୋଗ୍ୟ ହୋଇ ପାରିନାହିଁ। ସମସ୍ତଙ୍କର ନଜର ରହିଛି ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟ ଦ୍ଵାରା ପ୍ରସ୍ତୁତ ଭ୍ୟାକସିନ ଉପରେ। ଏଠାରେ କରୋନାର କ୍ଲିନିକଲ ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତରେ ଏହି ଟିକାକୁ କୋଭିସିଲ୍‌ଡର ନାମ ଦିଆଯାଇଛି। ହେଲେ ୟୁକେରେ ପରୀକ୍ଷଣ ବେଳେ ଜଣେ ବ୍ୟକ୍ତି ଅସୁସ୍ଥ ହୋଇ ପଡିବାରୁ ଭାରତରେ ଏହି ଟିକାର ପରୀକ୍ଷଣ କରାଯିବ କି ନାହିଁ କଳ୍ପନାଜଳ୍ପନା ଲାଗି ରହିଥିଲା। ଏହା ଉପରେ ସ୍ପଷ୍ଟୋକ୍ତି ଦେଇଛି ସେରମ ଇନଷ୍ଟିଚ୍ୟୁୟଟ।

ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ଟିକା କୋଭିସିଲ୍‌ଡର ପରୀକ୍ଷଣ । ୟୁକେ ଆଷ୍ଟ୍ରାଜେନେକା କରୋନା ଟିକାର ଟ୍ରାଏଲ୍ ବନ୍ଦ କରାଯାଇଥିଲେ ମଧ୍ୟ ଭାରତରେ ଏହା ବନ୍ଦ ହେବନି ବୋଲି କହିଛି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଭାରତରେ ଏହି ଟିକା ପରୀକ୍ଷଣ ଯୋଗୁଁ କୌଣସି ସମସ୍ୟା ଦେଖାଯାଇନଥିବାରୁ ଟିକା ପରୀକ୍ଷଣ ଜାରି ରହିବ ବୋଲି କହିଛି ସେରମ ଇନଷ୍ଟିଚ୍ୟୁଟ୍ । ଅକ୍ସଫୋର୍ଡ଼ ଦ୍ବାରା ବିକଶିତ ଏହି ଟିକାକୁ ଭାରତରେ କୋଭିସିଲଡ୍ ନାଁ ଉତ୍ପାଦନ କରୁଛି ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ । ତେବେ ୟୁକେରେ ଏହି ଟିକାର ପରୀକ୍ଷଣ ବେଳେ ଜଣେ ବ୍ୟକ୍ତି ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିବାରୁ ୟୁକେ ଆଣ୍ଟ୍ରାଜେନେକା ପକ୍ଷରୁ ଏହି କରୋନା ଟିକାର ଟ୍ରାଏଲ୍ ବନ୍ଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.