Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ପ୍ରେମ ଓ ବିପ୍ଲବର ସ୍ୱାଦ ‘ବୋଷ୍‌ ଅଫ ନାକାମୁରାୟା’ ଏବଂ ଓଡିଶା-ଜାପାନ ସମ୍ପର୍କ

22/05/2020 at 3:51 PM

ସତ୍ୟନାରାୟଣ ମହାପାତ୍ର
ଟୋକିଓର ରେଷ୍ଟୁରାଣ୍ଟମାନଙ୍କରେ ‘କରି’ ଏକ ଲୋକପ୍ରିୟ ତଥା ସୁସ୍ୱାଦୁ ବ୍ୟଞ୍ଜନ ଭାବେ ଦୀର୍ଘ ବର୍ଷରୁ ପରସା ଯାଉଛି। ଏହି ପାରମ୍ପରିକ ଭାରତୀୟ ଖାଦ୍ୟର ନାମ ଶୁଣିଲେ ଜାପାନୀଙ୍କ ପାଟିରୁ ଲାଳ ବୋହି ଆସେ। ଏଣୁ ଏପରି ବ୍ୟଞ୍ଜନର ସ୍ୱାଦ ଯିଏ ସେମାନଙ୍କୁ ଚଖାଇଛନ୍ତି ଜାପାନୀମାନେ ଖାଦ୍ୟକୁ ତାଙ୍କରି ନାମରେ  ‘ବୋଷ ଅଫ ନାକାମୁରାୟା’ ଭାବେ ନାମିତ କରିଦେଇଛନ୍ତି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜାପାନୀଙ୍କ ଏହି ସ୍ୱାଦିଷ୍ଚ ଖାଦ୍ୟର ରେସିପି ଓଡିଆ ଠାକୁରଦାଙ୍କର ବୋଲି ଜାପାନ ସହ ସମ୍ପର୍କିତ କୁବ୍ କ୍ୱଚିତ ଭାରତୀୟ ଜାଣନ୍ତି।

ଦେଶ ପ୍ରମ ଓ ପ୍ରେମର ଏକ ସୁନ୍ଦର ଉଦାହରଣ ହେଉଛି ଆଜିର ଲୋକପ୍ରିୟ ଜାପାନୀ ବ୍ୟଞ୍ଜନ ‘ଇଣ୍ଡୋକରି’ ବା ବୋଷ ଅଫ ନାକାମୁରାୟା। ଜାପାନୀଙ୍କ ଲାଗି ଦୁଇ ବୋଷ୍ ପ୍ରାତଃ ସ୍ମରଣୀୟ, ସେମାନେ ହେଉଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ରାସ ବିହାରୀ ବୋଷ୍। ଭାରତରୁ ଇଂରେଜଙ୍କ ସାମ୍ରାଜ୍ୟବାଦ ଶେଷ କରିବାକୁ ଉଭୟ ସୁଭାଷ ଓ ରାସ ବିହାରୀ ଅଣ୍ଟାଭିଡିଥିଲେ।  ବିଦେଶମାଟିରେ ସେମାନଙ୍କ ଆଜାଦ ହିନ୍ଦ ଫୌଜ ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ତେବେ ସୁଭାଷଙ୍କ ପୂର୍ବରୁ ୧୯୧୫ ମସିହାରେ ରାସବିହାରୀ ପ୍ରଥମେ ଜାପାନ ପହଞ୍ଚିଥିଲେ।

୧୯୧୨ ମସିହାରେ ରାସ୍ ବିହାରୀ ତତ୍କାଳୀନ ଭାରତର ବ୍ରିଟିଶ ଭାଇସରୟ ତଥା ଗଭର୍ଣ୍ଣର ଜେନେରାଲ ଲର୍ଡ ହାର୍ଡିଞ୍ଜଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ହେଲେ ତାଙ୍କର ଏହି ଉଦ୍ୟମ ବିଫଳ ହୋଇଥିଲା ଓ ସେ ଭାରତରୁ ଲୁଚି ପଳାଇବାକୁ ବାଧ୍ୟ ଥିଲେ। ତାଙ୍କର ଏହି ପଳାୟନ ଓଡିଆ ରାନ୍ଧଣାକୁ ଜାପାନ ରେଷ୍ଟୁରାଣ୍ଟରେ ପହଞ୍ଚାଇଛି। ରାସ ବିହାରୀ ଜାପାନରେ ସୋମା ପରିବାରଙ୍କ ଶରଣାପନ୍ନ ହୋଇଥିଲେ। ଆଇଜୋ ଓ କୋଟସୁକୋ ସୋମାଙ୍କର ଏକ ବକେରୀ ଥିଲା। ନାକାମୁରାୟା ବକେରୀ ମାଲିକ ଭାବେ ସେମାନେ ଟୋକିଓରେ ବେଶ୍ ଜଣାଶୁଣା ଥିଲେ। ସୋମା ପରିବାର ଦୀର୍ଘ ମାସ ପର୍ଯ୍ୟନ୍ତ ତାଙ୍କ ଘରର ବେସମେଣ୍ଟରେ ରାସବିହାରିଙ୍କୁ ଲୁଚେଇ ରଖିଥିଲେ।

ସୋମା ପରିବାରରେ ଅବସ୍ଥାନ କାଳରେ ରାସବିହାରୀ ପ୍ରତ୍ୟକ ସଦସ୍ୟଙ୍କ ସହ ତାଙ୍କର ଅନ୍ତରଙ୍ଗତା ବୃଦ୍ଧି କରିପାରିଥିଲେ। ଏଥିରେ ସେ କେବେ କେବେ ପରିବାର ଲାଗି ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିଦେଉଥିଲେ। ପରିବାର ଲୋକେ ମଧ୍ୟ ରାସବିହାରୀଙ୍କ ପ୍ରସ୍ତୁତ ବ୍ୟଞ୍ଜନକୁ ବେଶ ପସନ୍ଦ କରୁଥିଲେ। ଏଥିରେ  ରାସବିହାରୀ ତାଙ୍କ ପ୍ରିୟ ତରକାରୀ ପ୍ରସ୍ତୁତ କରୁଥିଲେ ଯାହା ତାଙ୍କ ଲାଗି ଠାକୁରଦା ଘରେ କରନ୍ତି। ଏହି ତରକାରୀ ସୋମା ପରିବାରର ପ୍ରିୟ ରେସିପିରେ ପରିଣତ ହୋଇଥିଲା।

ଜାପାନ ଓ ବ୍ରିଟିଶ ସମ୍ପର୍କ ସେତେବେଳେ ଏତେଟା ଭଲ ନଥିଲା। ଏହି ସମୟରେ ଜାପାନର ଏକ ବାଣିଜ୍ୟିକ ପୋତ ଉପରକୁ ବ୍ରିଟିଶ ଗୁଳିମାଡ କରିବା ସେତେବେଳେ ସମ୍ପର୍କକୁ ଅଧିକ ତିକ୍ତ କରିଥିଲା। ଏଣୁ ରାସବିହାରୀଙ୍କ ବ୍ରିଟିଶ ଭୟ ଦୂର ହୋଇଯାଇଥିଲା। ତେବେ ସୋମା ପରିବାରରେ ଅବସ୍ଥାନ ବେଳେ ଆଇଜୋ ଓ କୋଟୋସୁକୋଙ୍କ ବଡ ଝିଅ ତୋସିକୋକୁ ଭଲପାଇ ବସିଥିଲେ ରାସ ବିହରୀ। ତାଙ୍କୁ ବିବାହ କରିବାକୁ ପରିବାରକୁ ପ୍ରସ୍ତାବ ଦେଇଥିଲେ। 

ଯେହେତୁ ବ୍ରିଟିଶ-ଜାପାନ ସମ୍ପର୍କ ଖରାପ ହୋଇସାରିଥିଲା ଏଣୁ ରାସ ବିହାରୀଙ୍କୁ ଝିଅ ବିବାହ ଦେବାରେ ସୋମାପରିବାର ଲାଗି କୌଣସି ଅସୁବିଧା ନଥିଲା। ଉଭୟ ପରିବାରଙ୍କ ସହମତି ରେ ତାସିକୋଙ୍କୁ ୧୯୧୮ ମସିହାରେ ବିବାହ କରିଥିଲେ ରାସବିହାରୀ। ହେଲେ ସେମାନଙ୍କ ବୈବାହିକ ଜୀବନ ବେଶି ସମୟ ତିଷ୍ଠି ରହିପାରିନଥିଲା। ୧୯୨୫ମସିହାରେ ତାସିକୋ ଟିବିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ପଛରେ ଛାଡି ଯାଇଥିଲେ ୨ଟି ସନ୍ତାନ। ଏଣୁ ରାସବିହାରୀ ବକେରୀ ଉପରେ ଏକ ଛୋଟ ରେଷ୍ଟୁରାଣ୍ଟ କରି ପରିବାର ଚଳାଇବାକୁ ସୋମା ପରିବାରକୁ ଅନୁରୋଧ କରିଥିଲେ।

ଶ୍ୱଶୁର ଘର ଲୋକଙ୍କ ଅନୁମତିରେ ରାସବିହାରୀ ରେଷ୍ଟୁରାଣ୍ଟ ଆରମ୍ଭ କରିଥିଲେ।  ଭାରତୀୟ ହାଣ୍ଡିଶାଳର ପାରମ୍ପରିକ ହାତ ରନ୍ଧା ଖାଦ୍ୟ ସଂସ୍କୃତିକୁ ଏସିଆରେ ପହଞ୍ଚାଇବା ଥିଲା ରାହାସବିହାରୀଙ୍କ ଅସଲ ଉଦ୍ଦେଶ୍ୟ। ଯାହା ସଫଳ ବି ହୋଇଥିଲା। ସେ ତାଙ୍କ ରେଷ୍ଟୁରାଣ୍ଟରେ ଭାରତୀୟ ଶୈଳୀର ଭାତ ଓ ତରକାରୀ ପରସୁଥିଲେ, ଯେଉଁଥିରେ ତାଙ୍କ ପ୍ରିୟ ତରକାରୀ ବି ରହୁଥିଲା। ‘ଇଣ୍ଡୋ କରି’ ନାମରେ ପରସାଯାଉଥିବା ଏହି ତରକାରୀ  ଦେଖୁ ଦେଖୁ ରେଷ୍ଟୁରାଣ୍ଟକୁ ଟୋକିଓରେ ପ୍ରଶିଦ୍ଧି ଆଣିଦେଇଥିଲା। ସ୍ଥାନ ଅଭାବ ପଡିବାରୁ ରେଷ୍ଟୁରାଣ୍ଟକୁ କରାଯିବା ସହ ପ୍ରଥମ ଫୁଡ କମ୍ପାନୀ ଭାବେ ଜାପାନ ଷ୍ଟକ୍ ଏକ୍ସଚେଞ୍ଜରେ ସୂଚୀବଦ୍ଧ ହୋଇଥିଲା।

ରେଷ୍ଟୁରାଣ୍ଟରେ ଇଣ୍ଡୋକରି  ରାସବିହାରୀଙ୍କ ଦେଖରେଖରେ ପ୍ରସ୍ତୁତ ହେଉଥିଲା। । ଏଥିଲାଗି ଆବଶ୍ୟକ ମସଲା ଚୟନ, ସଂଗ୍ରହ ଓ ପ୍ରସ୍ତୁତି ମଧ୍ୟ ସେ ନିଜେ କରୁଥିଲେ। ସେ ଏହି ତରକାରୀର ପ୍ରସ୍ତୁତି ସେ ତାଙ୍କ ଘରେ ରୋଷେଇ କରୁଥିବା ଜଗତସିଂହପୁର କୁଜଙ୍ଗର ଠାକୁରଦାଙ୍କ ଠାରୁ ଶିଖିଥିଲେ। ସେତେବେଳ ସମୟରେ ସମ୍ଭ୍ରାନ୍ତ ବେଙ୍ଗଲୀ ପରିବାରରେ ଓଡିଆ ଠାକୁରଦା ହିଁ ରୋଷେଇ ଦାୟିତ୍ୱରେ ରହୁଥିଲେ। ପରିବାର ସଦସ୍ୟଙ୍କସ୍ୱାଦ ଋଚି ଅନୁସାରେ ସେ ବ୍ୟଞ୍ଜନ ପ୍ରସ୍ତୁତି କରି ପରସନ୍ତି। ରାସବିହାରୀ ତାଙ୍କ ପସନ୍ଦର ରାନ୍ଧଣା ଠାକୁରଦାଙ୍କ ଠାରୁ ଶିଖିନେଇଥିଲେ। ଯାହାକୁ ସେ ଜାପାନର ଲୋକପ୍ରିୟ କରାଇପାରିଥିଲେ। ଅନ୍ୟକଥାରେ କହିଲେ ଓଡିଶାର ତରକାରୀ ଏବେ ଜାପାନର ସ୍ୱାଦ ପାଲଟିଛି। ଯାହାକୁ ଜାପାନୀମାନେ ପ୍ରେମ ଓ ବିପ୍ଲବର ସ୍ୱାଦଭାବେ ଗ୍ରହଣ କରିନେଇଛନ୍ତି।  

   Related Posts