କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍

Published By : Prameya-News7 Bureau | November 26, 2021 IST

କାନପୁର, ୨୬।୧୧:    ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା କାନପୁର ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୪୫ ରନରେ ଅଲଆଉଟ ହୋଇଯାଇଛି । ପ୍ରଥମ ଦିନରେ ଭଲ ବ୍ୟାଟିଂ କରିଥିବା ଭାରତୀୟ ଖେଳାଳି ଦ୍ୱିତୀୟ ଦିନରେ ତିଷ୍ଠି ପାରିନଥିଲେ । କିଓ୍ୱି ବୋଲରଙ୍କ ପେସ୍ ବୋଲିଂ ଆଗରେ ଖେଳାଳି ଛତ୍ରଭଙ୍ଗ ହେଇଥିଲେ ।

ପ୍ରଥମ ଦିନରେ ଭାରତ ୪ ଓ୍ୱିକେଟ୍ ହରାଇ ୨୫୮ ରନ୍ କରିଥିଲା । ଏହାପରେ ଦ୍ୱିତୀୟ ଦିନରେ ଶ୍ରେୟସ ଆୟର ଶତକ ଲଗାଇଥିଲେ ।  ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ବଡ ସ୍କୋର କରିବାରେ ସମର୍ଥ ହୋଇନଥିଲେ । ରବିନ୍ଦ୍ର ଜାଡେଜା ୫୦ ରନ୍ କରି ପ୍ୟାଭିଲି.ନ ଫେରିଥିଲେ । ରିଦ୍ଧିମାନ ଶାହ ୧  ଓ ଅକ୍ଷର ପଟେଲ ୩ ରନ୍ କରି ଦର୍ଶକଙ୍କୁ ନିରାଶ କରିଥିଲେ । ତେବେ ଆର ଅଶ୍ୱିନ  ୩୮ ରନର ଇନିଂସ ଖେଳିଥିଲେ ।  ସେହିପରି ଉମେଶ ଯାଦବ ୧୦ ରନ୍ କରିଥିବା ବେଳେ ଇଶାନ୍ତ ଶର୍ମା ୦ ରନରେ ଆଉଟ ହୋଇଥିଲେ । ଫଳରେ ଭାରତ ୩୪୫ ରନ୍ କରିପାରିଥିଲା ।

ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ସର୍ବାଧିକ ୫ଟି ଓ୍ୱିକେଟ୍ ନେଇଥିବା ବେଳେ କାଇଲ୍ ଜାମିସନ ୩ ଓ ଏଜାଜ ପଟେଲ ୨ଟି ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.