Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଓଡିଶା ଆସିଲା ଟେଷ୍ଟିଂ କିଟ୍‌, ସ୍ୱତନ୍ତ୍ର ବିମାନ ଯୋଗେ ୧୦ ହଜାର କିଟ୍‌ ଓ ପିପିଇ ସାମଗ୍ରୀ

16/04/2020 at 2:38 PM

ଭୁବନେଶ୍ୱର ୧୬।୦୪: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । ବିଶେଷ କରି ନମୁନା ପରୀକ୍ଷାକୁ ବ୍ୟାପକ କରିବା ପାଇଁ ସରକାର ଅଧିକରୁ ଅଧିକ ଟେଷ୍ଟିଂ କିଟ୍‌ ଆଣୁଛନ୍ତି । ମୁମ୍ବାଇରୁ ଆଲିଆନ୍ସ ଏୟାରର ଏକ ବିମାନରେ ରାଜ୍ୟ ଔଷଧ ନିଗମ ୧୦ ହଜାର ଟେଷ୍ଟିଂ କିଟ୍‌ ଆଣିଛି ।

ଏହାସହ ଏହି ବିମାନରେ ଡାକ୍ତରମାନଙ୍କ ସୁରକ୍ଷା ପାଇଁ ୧୫୦୦ ପିପିଇ (ପସର୍ନାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ) ମଧ୍ୟ ଆସିଛି ଏହି ବିମାନରେ । ୧୫ ହଜାର ନମୁନା ସଂଗ୍ରହ ପାଇଁ ଆବଶ୍ୟକ ଭାଇରସ୍‌ ଟ୍ରାନ୍ସପୋର୍ଟ ମିଡିଆ (ଭିଟିଏମ୍‌) ମଧ୍ୟ ଅଣାଯାଇଛି । ରାଜ୍ୟ ଔଷଧ ନିଗମ ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦରରୁ ଏହି ସାମଗ୍ରୀ ନିଆଯାଇ ନିଗମର ଭଣ୍ଡାରରେ ରଖାଯାଇଛି ।

   Related Posts