ଆଜି ଅଗ୍ନି-୫ର ପରୀକ୍ଷଣ
Published By : Prameya-News7 Bureau | June 03, 2018 IST
ଆଜି ଭାରତର ପ୍ରତିରକ୍ଷା ଉନ୍ନୟନ ବିଭାଗର ସବୁଠାରୁ ଶକ୍ତିଶାଳୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୫ର ପରୀକ୍ଷଣ ହେବ । ପାଗ ଅନୁକୂଳ ରହିଲେ, ଧାମରାସ୍ଥିତ ହ୍ଵିଲର(ଅବଦୁଲ କଲାମ) ଦ୍ୱୀପର ୪ନଂ ଲଞ୍ଚ୍ପ୍ୟାଡରୁ ନିର୍ଦ୍ଧାରିତ ସମୟରେ ପରୀକ୍ଷଣ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ପୂର୍ବରୁ ୫ଥର ଯାକ ଅଗ୍ନି-୫ର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ଆସନ୍ତାକାଲି ହେବାକୁ ଯାଉଥିବା ଷଷ୍ଠ ପରୀକ୍ଷଣ ମଧ୍ୟ ସଫଳ ହେବ ବୋଲି କ୍ଷେପଣାସ୍ତ୍ର ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୫ କ୍ଷେପଣାସ୍ତ୍ର ଷ୍ଟ୍ରାଟେଜିକ୍ କମାଣ୍ଡରେ ସୁପରିଚାଳିତ ହୋଇ ୫ହଜାର କିମିରୁ ୮ହଜାର କିମି ଦୂରତ୍ୱକୁ ଲକ୍ଷ୍ୟଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରର ପରୀକ୍ଷା ପରେ ଭାରତ ତା’ର ଅନ୍ୟତମ ପାରମ୍ପରିକ ଶତ୍ରୁ ଚୀନ୍ ପ୍ରତି ବିପଦ ସୃଷ୍ଟି କରିବାର ସାହସ ଜୁଟାଇଛି। ଅନ୍ତର୍ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ରୀ ଡଙ୍ଗପେଙ୍ଗ-୫(କ)ର ଜବାବ ଦେବାକୁ ଭାରତ ଅଗ୍ନି-୫ କ୍ଷେପଣାସ୍ତ୍ର ସକ୍ଷମ।