ଗ୍ରାମସାଥୀ ଚୟନକୁ ନେଇ ବିବାଦ, ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ

Published By : Prameya-News7 Bureau | November 27, 2021 IST

ଗଞ୍ଜାମ ୨୭।୧୧: ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ । ଗ୍ରାମ ସାଥୀ ଚୟନକୁ ନେଇ ବୁରୁପଡ଼ା ସରପଞ୍ଚଙ୍କୁ ଘେରିଛନ୍ତି ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ବୁରୁପଡ଼ା ପଞ୍ଚାୟତରେ ଘଟିଛି ଏଭଳି ଘଟଣା ।

{"id":550704,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଗ୍ରାମ ସଭା ଓ ପଲ୍ଲୀ ସଭା ଦ୍ୱାର ସମସ୍ତଙ୍କ ନିଷ୍ପତ୍ତି କ୍ରମେ ଗ୍ରାମସାଥୀ ଚୟନ କରାଯିବ । କିନ୍ତୁ ଏଠାରେ ସରପଞ୍ଚ ମନମାନି ଚଳିବ ନାହିଁ ବୋଲି ଗ୍ରାମବାସୀମାନେ କହିଛନ୍ତି । ଯାହାକୁ ନେଇ ସରପଞ୍ଚଙ୍କୁ ଘେରିଥିଲେ ଗ୍ରାମବାସୀ । ବୁରୁପଡ଼ା ସରପଞ୍ଚ ଓ ଗ୍ରାମବାସୀ ମୁହାଁମୁହିଁ ପରିସ୍ଥିତି ଦେଖି ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଲୋକଙ୍କୁ ବୁଝାସୁଝା କରିବାକୁ ଲାଗିଥିଲା ।

{"id":550705,"sizeSlug":"full","linkDestination":"none"}

ସେପଟେ ବୁରୁପଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ପଞ୍ଚାୟତ କାର୍ଯ୍ୟାଳୟରେ କାନ୍ଥରେ ନୋଟିସ ମାରି ଅନୁଷ୍ଠିତ ହୋଇଥିବା ପଲ୍ଲୀ ସଭାକୁ ବାତିଲ କରିଥିଲେ । ବିଶୃଙ୍ଖଳା ଏବେ ଉତ୍ତେଜନା ମୂଳକ ପରିସ୍ଥିତିକୁ ଦେଖି ପଲ୍ଲୀ ସଭାକୁ ବାତିଲା କରାଗଲା ବୋଲି ନୋଟିସ୍‌ ମାରିଥିଲେ । ଏହାପରେ ପରିସ୍ଥିତି ଶାନ୍ତ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.