ଭାରତରେ ମିଳିବ ଏଲନ୍‌ ମସ୍କଙ୍କ କମ୍ପାନୀ ଟେସ୍‌ଲାର ଇଲେକ୍ଟ୍ରିକ୍‌ କାର: ଜାନୁଆରୀରୁ ବୁକିଂ, ଦାମ ରହିବ ଏମିତି

Published By : Prameya-News7 Bureau | December 28, 2020 IST

ନୂଆଦିଲ୍ଲୀ  ୨୮/୧୨: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଲେକ୍ଟ୍ରିକ୍‌ କାର ପାଇଁ ମେଗା ବୁକିଂ। ହାଇଫାଇ ଇେଲେକ୍ଟ୍ରିକ କାର ଲୋକଙ୍କ ପାଇଁ ନେଇ ଆସୁଛି ଆମେରିକାର ବଡ଼ କମ୍ପାନୀ ଟେସ୍‌ଲା। ଏଲନ ମସ୍କଙ୍କ କମ୍ପାନୀ ଟେସ୍‌ଲା ବିକଶିତ କରିଥିବା ଇଲେକ୍ଟ୍ରିକ୍‌ କାର ଭାରତରେ ମଧ୍ୟ ଉପଲବ୍ଧ ହେବ। ୨୦୨୧ ଜୁନରେ ଏହି କାର ଭାରତୀୟ ବଜାରରେ ମଧ୍ୟ ମିଳିପାରିବ ବୋଲି ସୂଚନା ମିଳିଛି।

ତେବେ ଏନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଥିବା ବେଳେ କାର ପାଇଁ ବୁକିଂ ଜାନୁଆରୀରୁ ଆରମ୍ଭ କରିପାରେ କମ୍ପାନୀ। କମ୍ପାନୀ ସେଡାନ୍‌ ମଡେଲ୍‌-୩ ଜରିଆରେ ଭାରତରେ ଡେବ୍ୟୁ କରିବ ବୋଲି ମଧ୍ୟ କୁହାଯାଉଛି। ଇକୋନୋମିକ୍ସ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଟେସ୍‌ଲାର ଏହି ମଡେଲର ଭାରତୀୟ ବଜାରରେ ଦାମ ୫୫ରୁ ୬୦ ଲକ୍ଷ ଟଙ୍କା ରହିବ। ବୁକିଂ ପାଇଁ ୭୩ ହଜାର ଟଙ୍କା ଦେବାକୁ ପଡ଼ିବ।

ସେପଟେ କମ୍ପାନୀ ସିଇଓ ଏଲନ ମସ୍କ ମଧ୍ୟ ଟ୍ବିଟ୍‌ କରିଛନ୍ତି। ଅକ୍ଟୋବରରେ ଟ୍ବିଟ୍‌ କରି ମସ୍କ କହିଥିଲେ  କମ୍ପାନୀ ୨୦୨୧ରେ ଭାରତାରେ ଏଣ୍ଟ୍ରି କରିବ। ରିପୋର୍ଟ ଅନୁସାରେ ଟେସ୍‌ଲା ଭାରତରେ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଫ୍ୟାସିଲିଟି ସ୍ଥାପାନ କରିବାକୁ ଯେଜାନା କରୁଛି। ୨୦୨୧ରେ ଟେସ୍‌ଲାର ଇଲେକ୍ଟ୍ରିକ୍ କାର ଲଞ୍ଚ ହେବାକୁ ଯାଉଥିବା ବେଳେ ଜାନୁଆରୀରେ ବୁକିଂ ଆରମ୍ଭ ହୋଇପାରେ। ତେବେ ଏନେଇ ଗ୍ରାହକଙ୍କ ମନରେ ଉତ୍କଣ୍ଠା ବଢ଼ୁଥିବା ମଧ୍ୟ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.