Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କମ ଦାମରେ ଭାରତରେ ଲଞ୍ଚ ହେବ ‘ଟେସ୍‌ଲା’, ଭାରତରେ ସ୍ଥାପନ ହେବ ଏଲନ ମସ୍କଙ୍କ ପ୍ଲାଣ୍ଟ: ଗଡକରୀ

10/10/2021 at 5:35 PM

ନୂଆଦିଲ୍ଲୀ ୧୦।୧୦: ଟେସଲାର ଇଲେକ୍ଟ୍ରିକ୍ କାରର ଉତ୍ପାଦନ ଭାରତରେ ଶୀଘ୍ର ଆରମ୍ଭ ହେବାର ଆଶା ରହିଛି। ସମ୍ଭବତଃ ଆଗାମୀ କିଛି ମାସରେ ଏଲନ ମସ୍କଙ୍କ କମ୍ପାନୀ ଟେସ୍‌ଲା ଭାରତରେ ଇଲେକ୍ଟ୍ରିକ୍ କାର ମଧ୍ୟ ଲଞ୍ଚ କରି ଦେବ। ଏହାର ସଙ୍କେତ ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ। ଏକ କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି, ଭାରତୀୟ ବଜାରରେ ପ୍ରବେଶ ପାଇଁ ଟେସ୍‌ଲା ଏବଂ ସରକାର ମଧ୍ୟରେ ଲଗାତାର ଆଲୋଚନା ଚାଲିଛି। ଟେସ୍‌ଲା ଭାରତରେ ଉତ୍ପାଦନ  ଆରମ୍ଭ କରିବା ଏବଂ ଏଠାରୁ  କାର ଅନ୍ୟ ଦେଶକୁ ରପ୍ତାନୀ ପାଇଁ ଯେଉଁ ସବୁ ସାହାଯ୍ୟ ଦରକାର, ସେସବୁ ଯୋଗାଇ ଦେବାକୁ ସରକାର ପ୍ରସ୍ତୁତ ଥିବା ଗଡକରୀ କହିଛନ୍ତି।

ଏଲନ ମସ୍କଙ୍କ କମ୍ପାନୀ ଟେସ୍‌ଲା ଆମେରିକା ବାହାରେ ସର୍ବ ପ୍ରଥମେ ପ୍ଲାଣ୍ଟ ଚୀନରେ ବସାଇଥିଲା। ଏଠାରୁ ୟୁରୋପ ଏବଂ ଅନ୍ୟ ଦେଶକୁ ଇଲେକ୍ଟ୍ରୋନିକ କାର ରପ୍ତାନୀ ହେଉଛି। ଟେସ୍‌ଲା ଚାହୁଁଛି ସେ ଚୀନରେ ନିର୍ମାଣ କରୁଥିବା କାରକୁ ଭାରତୀୟ ବଜାରରେ  ବିକ୍ରି କରିବ। ହେଲେ ଏଥିପାଇଁ ପ୍ରସ୍ତୁତ ନୁହନ୍ତି ଭାରତ ସରକାର। ଟେସ୍‌ଲାକୁ କୁହାଯାଇଛି ଯେ, ସେ ଭାରତରେ ନିଜର ପ୍ଲାଣ୍ଟ ସ୍ଥାପନ କରୁ ଏବଂ ଏଠାରୁ କାର ଅନ୍ୟ ଦେଶକୁ ରପ୍ତାନୀ କରୁ ବୋଲି ଗଡକରୀ କହିଛନ୍ତି।

ଦର ରହିବ କମ

ଟେସ୍‌ଲାର ମୂଲ୍ୟକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ଲୋକେ ଏହି ଆଶଙ୍କା କରୁଛନ୍ତି ଯେ, ଘରୋଇ ଭାରତୀୟ ବଜାରରେ ଇଲେକ୍ଟ୍ରିକ କାରର ମୂଲ୍ୟ ଅଧିକ ରହିବ। ଏହାକୁ ନେଇ ଗଡକରୀ କହିଛନ୍ତି, ଟେସ୍‌ଲାର କାରର ମୂଲ୍ୟ କମ ରହିବ। କମ୍ପାନୀ ଭାରତରେ କାର ନିର୍ମାଣ କରି ଏଠାରେ ବିକ୍ରି କରିବ। କାରର ମୂଲ୍ୟ ପାଖାପାଖି ୩୫ ଲକ୍ଷ ଟଙ୍କା ରହିବ।

ଗଡକରୀ କହିଛନ୍ତି, ସରକାରଙ୍କ ଲକ୍ଷ୍ୟ ଆଗାମୀ ବର୍ଷରେ ପେଟ୍ରୋଲ-ଡିଜେଲ୍‌ର  ଆମଦାନୀ ବନ୍ଦ କରି ଏହାର ନିର୍ଭରତା ସମାପ୍ତ କରିବା ରହିଛି। ଏମିତିରେ ପେଟ୍ରୋଲ-ଡିଜେଲ୍‌ ଉପରେ କିଛି ଦେଶର ଦାଦାଗିରି  ଚଳିବ ନାହିଁ। ଆମେ ଉର୍ଜାର ବିକଳ୍ପ ସ୍ରୋତ ଉପରେ ନିର୍ଭରତା  ବଢାଉଛୁ। ଗ୍ରୀନ ହାଇଡ୍ରୋଜେନ ହେଉଛି ଭବିଷ୍ୟତ ଇନ୍ଧନ ଏବଂ ଆଗାମୀ ବର୍ଷରେ ଆମେ ଗ୍ରୀନ ହାଇଡ୍ରୋଜେନ ରପ୍ତାନୀ କରିବା ସ୍ଥିତିରୁ ରହିବୁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

   Related Posts