Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

୩୦୦ ଅରବ ଡଲାର କମାଇବାରେ ଦୁନିଆର ପ୍ରଥମ ବ୍ୟକ୍ତି ହେଲେ ଏଲନ ମସ୍କ, ଜାଣନ୍ତୁ କିଏ ଦ୍ଵିତୀୟରେ

31/10/2021 at 6:53 PM

ନୂଆଦିଲ୍ଲୀ ୩୧।୧୦: ଦୁନିଆର ସବୁଠୁ ବଡ ଧନୀ ବ୍ୟକ୍ତି ଟେସଲା କମ୍ପାନୀର ମାଲିକ ଏଲନ ମସ୍କଙ୍କ ସଂପତ୍ତି ଦିନକୁ ଦିନ ବଢିବାରେ ଲାଗିଛି। ଏବେ ସେ ଦୁନିଆର ଏକ ମାତ୍ର ଏମିତି ବ୍ୟକ୍ତି ଯାହାଙ୍କ ସଫଳତା ପର୍ଯ୍ୟନ୍ତ କେହି ପହଞ୍ଚି ପାରି ନାହାନ୍ତି। ଗତ ଗୁରୁବାର ମସ୍କଙ୍କ ସଂପତ୍ତିରେ ୯.୭୯ ଅରବ ଡଲାର ଅର୍ଥାତ ୭୩,୨୧୦ କୋଟି ଟଙ୍କା ବୃଦ୍ଧି ଘଟିଛି। ଏହା ପରେ ମସ୍କଙ୍କ ସଂପତ୍ତି ୩୦୨ ଅରବ ଡଲାରରେ ପହଞ୍ଚି ଯାଇଛି। ତାଙ୍କ ସଂପତ୍ତି ୩୦୦ ଅରବ ଡଲାରରେ ପହଞ୍ଚିବାରେ ମସ୍କ ଦୁନିଆର ଏକ ମାତ୍ର ବ୍ୟକ୍ତି। ଏଥିସହିତ ଟେସଲାର ମାର୍କେଟ୍ କ୍ୟାପ୍ ମଧ୍ୟ ଏକ ଲକ୍ଷ ଡଲାର ଅତିକ୍ରମ କରିଛି।

Bloomberg Billionaires Index ମୁତାବକ ଦୁନିଆର ଦ୍ଵିତୀୟ ସବୁଠୁ ବଡ ଧନୀ ବ୍ୟକ୍ତି ହେଉଛନ୍ତି ଆମାଜନ କମ୍ପାନୀର ମାଲିକ ଜେଫ ବେଜୋସ। ତାଙ୍କର ସଂପତ୍ତି୧୯୯ ଅରବ ଡଲାରରେ ପହଞ୍ଚିଥିଲେ ମଧ୍ୟ ଏଲନ ମସ୍କଙ୍କ ସଂପତ୍ତି ତାଙ୍କଠୁ ୧୦୦ ଅରବ ଡଲାର ଅଧିକ। ଅନ୍ୟପଟେ ଦୁନିଆର ତୃତୀୟ ସବୁଠୁ ଧନୀ ବ୍ୟକ୍ତି ତାଲିକାରେ ଅଛନ୍ତି ବନାର୍ଡ ଆରନଲ୍ଟ। ଚତୁର୍ଥ ନମ୍ବରରେ ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ୍‌ ଗେଟ୍ସ ଅଛନ୍ତି।

ଏ ହେଉଛନ୍ତି ଦୁନିଆର ୧୦ ସବୁଠୁ ଧନୀ ବ୍ୟକ୍ତି

୧ – ଏଲନ ମସ୍କ- ୩୦୨ ବିଲିୟନ ଡଲାର

୨ – ଜେଫ ବେଜୋସ- ୧୯୯ ବିଲିୟନ ଡଲାର

୩ – ବନାର୍ଡ ଆରନଲ୍ଟ- ୧୬୮ ବିଲିୟନ ଡଲାର

୪ – ବିଲ୍ ଗେଟ୍ସ- ୧୩୫ ବିଲିୟନ ଡଲାର

୫ – ଲାରି ପେଜ୍- ୧୨୯ ବିଲିୟନ ଡଲାର

୬ – ସର୍ଜି ବ୍ରିନ୍- ୧୨୫ ବିଲିୟନ  ଡଲାର

୭ – ମାର୍କ ଜୁକରବର୍ଗ- ୧୧୮ ବିଲିୟନ ଡଲାର

୮ – ଷ୍ଟିଭ୍ ବାଲମର- ୧୧୬ ବିଲିୟନ ଡଲାର

୯ – ଲାରି ଏଲିସନ- ୧୧୫ ବିଲିୟନ ଡଲାର

୧୦- ଓ୍ଵାରେନ ବଫେଟ୍- ୧୦୫ ବିଲିୟନ ଡଲାର

   Related Posts