ଭାରତରେ ଟେସ୍‌ଲାର ସବୁଠୁ ଶସ୍ତା କାରର ଟେଷ୍ଟିଂ ଆରମ୍ଭ, ଡ୍ରାଇଭିଂ ରେଞ୍ଜ ଏବଂ ଦାମ୍‌ ରହିଛି ଏମିତି

Published By : Prameya-News7 Bureau | June 13, 2021 IST

ନୂଆଦିଲ୍ଲୀ୧୩/୬: କେବେ ଆସିବ ଟେସ୍‌ଲା କାର ? ଭାରତରେ ଟେସଲା କରକୁ ନେଇ ଚର୍ଚ୍ଚା ଜୋର ଥିବା ବେଳେ ଅପେକ୍ଷାର ଅନ୍ତ କେବେ ହେବ ତାହା ମଧ୍ୟ ଅସ୍ପଷ୍ଟ। ଦୁନିଆର ସବୁଠୁ ବଡ଼ ଇଲେକ୍ଟ୍ରି୍କ୍‌ କାର୍‌ ନିର୍ମାତା ଟେସଲା ନିଜର ମଡେଲ୍‌ ୩ କାର ପ୍ରଥମେ ଦେଶରେ ଲଞ୍ଚ କରିବାକୁ ଯାଉଥିବା କୁହାଯାଉଛି। ଏବେ ଏହି କାରର କିଛି ଫଟୋ ଇଣ୍ଟରନେଟ୍‌ରେ ଦେଖିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଇପାରେ ଟେସଲା ନିଜର କାର ଭାରତରେ ଖୁବଶୀଘ୍ର ଲଞ୍ଚ କରିପାରେ ।

ଇନଷ୍ଟାଗ୍ରାମରେ ଏକ କାର କମ୍ପାନୀ ପକ୍ଷରୁ କରାଯାଇଥିବା ପୋଷ୍ଟ ଅନୁସାରେ ପୁନେ ସଡ଼କରେ ଲାଲ୍‌ ନମ୍ବର ପ୍ଲେଟ୍‌ ସହ ଟେସଲା କାରର ​‌ଟେଷ୍ଟିଂ ହେଉଥିବା ଦାବି କରାଯାଇଛି। ନଜରକୁ ଆସିଥିବା କାର ଡାର୍କ ବ୍ଲୁ ରଙ୍ଗର ହୋଇଥିବା ବେଳେ ଏହା ଟେସଲାର ମଡେଲ୍‌ ୩ କାର ବୋଲି କୁହାଯାଉଛି। ଏବେ କାରର ଟେଷ୍ଟିଂ ଅଟୋମେଟିକ୍‌ ରିସର୍ଚ୍ଚ ଅଫ ଇଣ୍ଡିଆ (ଏଆରଏଆଇ) ଦ୍ବାରା କରାଯାଉଛି। କାର  ଲଞ୍ଚ ହେବା ପୂର୍ବରୁ ଟେଷ୍ଟିଂ ହେଉଥିବା କୁହାଯାଉଛି।

ଏହି କାର ବିଶ୍ବ​‌ରେ ୩ଟି ଭାରିଏଣ୍ଟ ଷ୍ଟାଣ୍ଡର୍ଡ ରେଞ୍ଜ ପ୍ଲସ୍‌ (୪୨୩ କିମି ରେଞ୍ଜ), ଲଙ୍ଗ ରେଞ୍ଜ (୫୬୮ କିମି) ଏବଂ ପରଫରମାନ୍ସ (୫୦୬ କିମି ରେଞ୍ଜ)ରେ ଉପଲବ୍ଧ। ଏହା ସହ ମଡେଲ୍‌ ୩ କାରର ଦାମକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଟେସଲାର ଏହି କାର ବିଶ୍ବ ବଜାରରେ ସବୁଠୁ ଅଧିକ ବିକ୍ରି ହେଉଥିବା କାର ହୋଇଥିବା ବେଳେ ସବୁଠୁ ଶସ୍ତା ବୋଲି କୁହାଯାଉଛି।

ମିଡିଆ ରିପୋର୍ଟ ଅନୁସାରେ ଏହି କାର ୬୦ ଲକ୍ଷ ଟଙ୍କାରେ ଉପଲବ୍ଧ କରାଇପାରେ ଟେସଲା। ଭାରତରେ ନିଜର ବ୍ୟବସାୟ ବଢ଼ାଇବା ପାଇଁ କମ୍ପାନୀ ୬ଟି ଭାରତୀୟଙ୍କୁ ହାଏର କରିସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.