ଆତଙ୍କବାଦୀଙ୍କ ସିକ୍ରେଟ ପ୍ଲାନ ଡି : ଭାରତରେ ବଡ ହମଲା କରିବାକୁ ଯୋଜନା,ଦିଲ୍ଲୀ, ପଞ୍ଜାବ ଓ କାଶ୍ମୀରରେ ହାଇ ଆଲର୍ଟ

Published By : Prameya-News7 Bureau | October 04, 2019 IST

ନୂଆଦିଲ୍ଲୀ ୪/୧୦: ରାଜଧାନୀ ଦିଲ୍ଲୀ ସମେତ, ଜମ୍ମୁ ଓ କଶ୍ମୀର ଏବଂ ପଞ୍ଜାବରେ ଭୟାବହ ଆକ୍ରମଣ ପାଇଁ ଆତଙ୍କୀ କରୁଛନ୍ତି ଷଡଯନ୍ତ୍ର । ଗୁଇନ୍ଦା ସଂସ୍ଥାର ସୂଚନା ଅନୁଯାୟୀ ଡଜନେରୁ ଅଧିକ ଆତଙ୍କୀଙ୍କୁ ପଠାଇଛି ଜୈଶ୍ -ଏ-ମହମ୍ମଦ ଆତଙ୍କୀ ସଂଗଠନ । ଏହି ହମଲା ପାଇଁ ରଚାଯାଇଛି ଏକ ଗୁପ୍ତ ଯୋଜନା । ଜାମ୍ମୁକାଶ୍ମୀର ବାନ୍ଦିପୋରାର ଏକ ସେଓ ବଗିଚାରେ ଏହି ସିକ୍ରେଟ ପ୍ଲାନ୍ କରାଯାଇଥିବା ଜଣା ପଡିଛି ।

{"id":166116}

ଆତଙ୍କୀଙ୍କ ସିକ୍ରେଟ ପ୍ଲାନ୍ ଡି। କୋଡ୍ ୱାର୍ଡ 'ସେଓ' ଏବଂ 'ପଟାଖା' । ରାଜଧାନୀ ଦିଲ୍ଲୀରେ ବଡ ହମଲା ପାଇଁ ବ୍ଲୁପ୍ରିଣ୍ଟ । ଆଉ ଏହି ବ୍ଲୁପ୍ରିଣ୍ଟ  ପ୍ରସ୍ତୁତ ହୋଇଛି ଦିଲ୍ଲୀଠାରୁ ୯ଶହ କିଲୋମିଟର ଦୂର ଜାମ୍ମୁକାଶ୍ମୀର ବାନ୍ଦିପୁରା ଜିଲ୍ଲାର ସେଓ ବଗିଚାରେ । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଅନାବଶ୍ୟକ ଭାବରେ ବିଚଳିତ ହୋଇ ପଡିଛି ପାକିସ୍ତାନ । ଅନ୍ତର୍ଜାତୀୟ ଫୋରମରେ ସମର୍ଥନ ନମିଳିବା ପରେ ଏବେ ପାକିସ୍ତାନ ମାତିଛି ଷଡଯନ୍ତ୍ରରେ । ବିଶ୍ବସନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଡଜନେରୁ ଅଧିକ ଆତଙ୍କୀ ରାଜଧାନୀ ଦିଲ୍ଲୀରେ ଲୁଚି ରହିଛନ୍ତି ।

{"id":166117}

ପାକିସ୍ତାନ ଅଧିକୃତ କାଶ୍ମୀରରେ ବସିଥିବା ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ମୁଖିଆମାନେ କିଛି ଆତଙ୍କୀଙ୍କୁ 'କର ବା ମର' ଯୋଜନା ସହ ଦିଲ୍ଲୀ, କାଶ୍ମୀର ଏବଂ ପଞ୍ଜାବକୁ ପଠାଇଛନ୍ତି । ଆତଙ୍କୀ ସଂଗଠନ ଭିତରେ ଚାଲିଥିବା ଫୋନ୍ କଥାବାର୍ତ୍ତାର କୋଡ୍ କୁ ଇଣ୍ଟରସେପ୍ଟ କରିଛି ଭାରତୀୟ ଗୁଇନ୍ଦା ସଂସ୍ଥା । 'ଦିବାଲୀ କି ପଟାଖେ' ଏବଂ 'କାଶ୍ମୀରି ସେଓ କି ଦିଲ୍ଲୀ ମେ ସପ୍ଲାଇ' ଏଭଳି କିଛି କୋଡ୍ ଶବ୍ଦରେ ଆତଙ୍କୀ ମାନେ ପରସ୍ପର ଭିତରେ କଥା ହେଉଥିବା ଜଣା ପଡିଛି । ଜୈଶ-ଏ-ମହମ୍ମଦର ଜାମ୍ମୁ କାଶ୍ମୀର କମାଣ୍ଡର ଅବୁ ଉସ୍ମାନ ଏହି ଗୁପ୍ତ ଯୋଜନାର ବ୍ଲୁପ୍ରିଣ୍ଟ କରିଛି । ଏହି ସିକ୍ରେଟ୍ ପ୍ଲାନ୍  ନାଁ ରଖା ଯାଇଛି ଡି ।

{"id":166118}

ବାନ୍ଦିପୁରାରେ ୫ଦିନ ଆଗରୁ ପାକ୍ ପ୍ରଶିକ୍ଷିତ ଆତଙ୍କୀଙ୍କର ଗୁପ୍ତ ବୈଠକ ହୋଇଥିଲା । ଏପଟେ ଦିଲ୍ଲୀ ଭିତରକୁ ପଶି ଆସିଛନ୍ତି ୪ଆତ୍ମଘାତୀ ଜୈଶ-ଏ-ମହମ୍ମଦ ଆତଙ୍କୀ । ଏଭିତରେ ଅଛନ୍ତି ଜଣେ କାଶ୍ମିରୀ, ଜଣେ ଆଫଗାନୀ ଏବଂ ୨ଜଣ ପାକ୍ ଯୁବକ । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାରକେଡ୍ ଗାଡିକୁ ଆତଙ୍କୀ ଟାର୍ଗେଟ କରିପାରନ୍ତି ।  ପୁଲୱାମା ହମଲା, କାନ୍ଦାହାର ବିମାନ ଅପହରଣ ବା ମୁମ୍ବାଇ ଆକ୍ରମଣ ଭଳି ଯୋଜନା ନେଇ ଏହି ଆତଙ୍କୀ ମାନେ ଆସିଥିବା ସୂଚନା ମିଳିଛି ।

{"id":166119}

ଗୁରୁତ୍ବପୂର୍ଣ୍ଣ ସ୍ଥାନ ଉପରେ ମଧ୍ୟ ହମଲା କରିପାରନ୍ତି । ପାର୍ବଣ ଋତୁରେ ଜନଗହଳି ସ୍ଥାନରେ ଏମାନେ ଟାର୍ଗେଟ କରିବା ଆଶଙ୍କା ରହିଛି । ଗୁଇନ୍ଦା ସଂସ୍ଥାଠାରୁ ଆଲର୍ଟ ମିଳିବା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  ରାଜଧାନୀର ଅନେକ ଇଲାକାରେ ଦିଲ୍ଲୀ ପୋଲିସର ସ୍ପେସାଲ ଟିମ୍ ସର୍ଚ୍ଚ ଅପରେସନ କରୁଛି । ଉତ୍ତରଭାରତର ସମସ୍ତ ଏୟାରପୋର୍ଟରେ ହାଇ ଆଲର୍ଟ ଜାରି କରାଯାଇଛି ।

{"id":166120}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.