Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

୨୬ ଜାନୁୟାରୀରେ ଆତଙ୍କବାଦୀଙ୍କ କାଶ୍ମୀର ଆକ୍ରମଣ ଯୋଜନା ପଣ୍ଡ, ୫ ଗିରଫ

16/01/2020 at 5:11 PM

ଶ୍ରୀନଗର ୧୬।୧:  ଆଗାମୀ ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଜମ୍ମୁ-କାଶ୍ମୀରରେ କରିଥିବା ବଡ ଧରଣର ଆକ୍ରମଣ ଯୋଜନା ପଣ୍ଡ ହୋଇଯାଇଛି।  ଜୈସ-ଏ-ମୋହମ୍ମଦ ଆତଙ୍କବାଦୀମାନେ ଏହି ଆକ୍ରମଣ ଯୋଜନା କରିଥିବା ବେଳେ ଜମ୍ମୁ-କାଶ୍ମୀର ପୋଲିସ ସେମାନଙ୍କୁ ଗିରଫ କରିଛି। ପୋଲିସ ହଜରତବଲ ଇଲାକାରେ ଖାନତଲାସ କରି ୫ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ଧରାପଡିଥିବା ଆତଙ୍କବାଦୀମାନେ ଜୈସ ଗୋଷ୍ଠୀର ଓ ସେମାନେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଆତ୍ମଘାତୀ ଆକ୍ରମଣ ଅଥବା ଆଇଇଡି ବିସ୍ପୋର ଯୋଜନାରେ ଥିଲେ ବୋଲି ପୋଲିସ କହିଛି। ଗିରଫ ଆତଙ୍କବାଦୀମାନେ ଉପତ୍ୟାକାରେ ହେଉଥିବା ଗ୍ରେନେଡ ଆକ୍ରମଣ ସହ ସମ୍ପୃକ୍ତ ଥିଲେ ବୋଲି ଜଣାପଡିଛି। ଏବେ ସେମାନଙ୍କୁ ଅଧିକ ପଚରା ଉଚରା କରାଯାଉଛି ଓ ଉପତ୍ୟାକାରେ ହେବାକୁ ଥିବା ଆତଙ୍କବାଦୀ ଆକ୍ରମଣ ନେଇ ସେମାନଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ ବୋଲି ପୋଲିସ ଆଶାବ୍ୟକ୍ତ କରିଛି। 

ଏହା ପୂର୍ବରୁ ଜମ୍ମୁ-କାଶ୍ମୀର ପୋଲିସର କାର୍ଯ୍ୟାନୁଷ୍ଠାନରେ ହିଜବୁଲର ୨ ଜଣ ଆତଙ୍କବାଦୀଙ୍କ ସହ ଜଣେ ପୋଲିସ ଡିଏସପିଙ୍କୁ ଗିରାଫ କରାଯାଇଥିଲା। ତେବେ ହିଜବୁଲ ଆତଙ୍କବାଦୀ ରାଜଧାନୀ ଦିଲ୍ଲୀରେ ଅଘଟଣ ଘଟାଇବା ଯୋଜନାରେ ଯାଉଥିବା ବେଳେ ଧରାପଡିଥିବା ଜଣାପଡିଛି। ମାମଲାରେ ଗିରଫ ପୋଲିସ ଡିଏସପିଙ୍କୁ ଚାକିରୀରୁ ବରଖାସ୍ତ କରିଦିଆଯାଇଛି।

   Related Posts