ରାଉରକେଲା ଜେଳରୁ ମୁକୁଳିଲା ଆତଙ୍କବାଦୀର ମାଁ ନଜମା ବିବି

Published By : Prameya-News7 Bureau | October 04, 2018 IST

ରାଉରକେଲା ୪/୧୦: ରାଉରକେଲା ଜେଳରୁ ମୁକୁଳିଲା ଆତଙ୍କବାଦୀର ମାଁ ନଜମା ବିବି । ମାନ୍ୟବର ସୁପିମକୋର୍ଟଙ୍କ  ନିର୍ଦ୍ଧେଶ ଅନୁଯାଇ ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରା ଜଜ ଦଲେ ଜାମିନ୍ । ଆତଙ୍କବାଦୀଙ୍କ ସହ ସାମିଲ, ଆତଙ୍କବାଦୀଙ୍କ ନିକଟରେ ରହିବା ସହ ଦେଶଦ୍ରୋହୀ କାର୍ଯ୍ୟକଳାପରେ ଲିପ୍ତ ଥବା ଅଭିଯୋଗରେ ହୋଇଥଲା ଗିରଫ । ୨୦୧୬ମସିହା ଫ୍ରେବୃଆରୀ ୧୬ ତାରିଖରେ ରାଉରକେଲା ନାଲା ରୋଡ଼ କୁରେସିଆ ମହଳାରୁ ଏନଆଇଏ ଗିରଫ କରିଥିଲା ଜଣଙ୍କୁ । ୪ଜଣ ଆତଙ୍କବାଦୀଙ୍କ ସହ ଗିରଫ ଆତଙ୍କବାଦୀ ଅମଜାଦ ଖାଁର ମାଁ ନଜମା ବିବିକୁ । ଗିରଫ ହୋଇଥିବା ୪ଜଣ ଆତଙ୍କବାଦୀଙ୍କ ସହ ନଜମା ବିବିର ଘର ମଧ୍ୟ ପ୍ରଦେଶର ଖଣ୍ଡୁଆଲ ଅଞ୍ଚଳରେ । ନଜମା ବିବି ସହ ୪ ଆତଙ୍କବାଦୀଙ୍କୁ ଗିରଫ କରି ରଖାଯାଇଥିଲା ରାଉରକେଲା ଜେଲରେ । କିଛି ଦିନ ପରେ ଗିରଫ ୪ ଆତଙ୍କବାଦୀଙ୍କ ରାଉରକେଲା ଜେଲରୁ ସ୍ଥାନାନ୍ତରିତ କରାଯାଇଥିଲା ମଧ୍ୟପ୍ରଦେଶ ଜେଲକୁ । କିନ୍ତୁ ନଜମା ବିବି ରହିଥିଲା ରାଉରକେଲା ଜେଲରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.