CRPF କ୍ୟାମ୍ପ ଉପରକୁ ଗ୍ରେନେଡ୍ ମାଡ, ୨ଆହତ

Published By : Prameya-News7 Bureau | January 08, 2020 IST

ଶ୍ରୀନଗର ୦୮।୦୧: ଜାମ୍ମୁ-କାଶ୍ମୀରର ଶ୍ରୀନଗରର ହବାକ୍‌ ଚୌକ ନିକଟରେ ସିଆରପିଏଫ ପୋଷ୍ଟ ଉପରକୁ ଗ୍ରେନେଡ୍ ମାଡ ହୋଇଛି । ସିଆରପିଏଫ କ୍ୟାମ୍ପ ଉପରକୁ ହୋଇଥିବା ଗ୍ରେନେଡ୍ ମାଡରେ ଦୁଇ ଜଣ ସ୍ଥାନୀୟଲୋକ ଆହତ ହୋଇଛନ୍ତି । ତେବେ ଗ୍ରେନେଡ୍‌ ମାଡର ଖବର ପାଇଁ ଘଟଣାସ୍ଥଳରେ ସେନାବାହିନୀ ପହଞ୍ଚି  ସ୍ଥାନୀୟ ଅଞ୍ଚଳକୁ ଘେରାଉକରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ତେବେ କେଉଁ ସଂଗଠନ ଏହି ଆକ୍ରମଣ କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେହପରି ଶନିବାର ଦିନ ଜାମ୍ମୁ-କାଶ୍ମୀରର କାବାଡାରାରେ ସେନା ବାହିନୀଙ୍କ ଗାଡି ଉପରକୁ ଗ୍ରେନେଡ ମା଼ଡ ହୋଇଥିଲା । କିନ୍ତୁ ଏହି ଗ୍ରେନେଡ ମାଡରେ କୌଣସି ମୃତାହତ ହୋଇନଥିଲେ ।

wp:core-embed/twitter {"url":"https://twitter.com/ANI/status/1214826434927022081","type":"rich","providerNameSlug":"twitter","className":""}
https://twitter.com/ANI/status/1214826434927022081
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.