ଦୀର୍ଘ ଘଣ୍ଟାର ଅପରେସନ୍‌ ପରେ ସୁରକ୍ଷାବଳଙ୍କୁ ମିଳିଲା ସଫଳତା: ୨ ଆତଙ୍କବାଦୀ ମୃତ, ୪ ଗିରଫ

Published By : Prameya-News7 Bureau | December 24, 2020 IST

ଜାମ୍ମୁ ୨୪/୧୨: ବାରମୁଳାରେ ଦୁଇ ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାବଳ। ଏବେ ବି ଗୁଳି ବିନିମୟ ଜାରି ରହିଛି। ଅନ୍ୟ ୨-୩ ଆତଙ୍କବାଦୀଙ୍କୁ ଖୋଜୁଛି ସେନା। ଅନ୍ୟପଟେ ଅବନ୍ତିପୁରାରେ ଅଲ ବଦ୍ରର ଆତଙ୍କବାଦୀ ଗ୍ୟାଙ୍ଗର ୪ ଆତଙ୍କବାଦୀଙ୍କୁ ସେନା ଗିରଫ କରିଥିବା​‌ ଜଣାପଡ଼ିଛି। ସେମାନଙ୍କ ପାଖରୁ ଯୁଦ୍ଧାସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି।

ବାରମୁଳା ଜିଲ୍ଲାର ବାନୀଗମ ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏହି ଅପରେସନ୍‌ରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏବେ ସେନାର ଅପରେସନ୍‌ ଜାରି ରହିଛି। ସକାଳେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ସୂଚନା ମିଳିବା ପରେ ସୁରକ୍ଷାବଳ ମିଳିତ ଚଢ଼ାଉ କରିଥିଲେ।

ଏହି ସମୟରେ ନିଜ ପ୍ରତି ବିପଦ ଆଶଙ୍କା କରି ଆତଙ୍କବାଦୀ ସୁରକ୍ଷାବଳଙ୍କ ଉପରକୁ ଗୁଳି ମାଡ଼ କରିବା ଆରମ୍ଭ କରିଥିଲେ। ଜବାବରେ ସୁରକ୍ଷା ବଳ ଗୁଳି ଚାଳନା କରିଥିଲା। ଦୀର୍ଘ ଘଣ୍ଟା ଗୁଳି ବିନିମୟ ଚାଲିବା ପରେ ଦୁଇ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛନ୍ତି ସୁରକ୍ଷା ବଳ। ଦୁଇ ଆତଙ୍କୀ ନିପାତ ହୋଇଥିବା ବେଳେ ଆହୁରି ୨-୩ ଆତଙ୍କବାଦୀ ଲୁଚି ରହିଥିବା ନେଇ ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.