ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ, ଜଣେ ଟେରିଟୋରିଆଲ ଆର୍ମି ଯବାନ ଶହୀଦ

Published By : Prameya-News7 Bureau | April 09, 2021 IST

ଶ୍ରୀନଗର ୦୯/୦୪ : କାମ୍ମୁ-କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀମାନେ ଟେରିଟୋରିଆଲ ଆର୍ମିର ଜଣେ ଯବାନଙ୍କ ଉପରକୁ ଗୁଳିମାଡ କରିଛନ୍ତି । ଏହା ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗୁଳିମାଡର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ ଏବଂ ଗୁରୁତର ଯବାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଗୁରୁତର ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍ତକୁ ଅନନ୍ତନାଗର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ଯବାନଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଶହୀଦ ଯବାନ ବିଜୟଓ୍ବାଡାର ମହମ୍ମଦ ସଲୀମ ।   

ଘଟଣାପରେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଅନ୍ୟପକ୍ଷରେ, ଶୋପିଆନ୍ ଏବଂ ତ୍ରାଲରେ ମୋଟ ୭ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ଯେ ଶୋପିଆନ୍ ଏନକାଉଣ୍ଟରରେ ୫ ଜଣ ସ୍ଥାନୀୟ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟରରେ କୌଣସି ବିସ୍ଫୋରକ ବ୍ୟବହାର କରାଯାଇ ନାହିଁ । ଅମରନାଥ ଯାତ୍ରାରେ ସୁରକ୍ଷା ପ୍ରସଙ୍ଗରେ ସେ କହିଛନ୍ତି ଯେ ଏହି ଯାତ୍ରା ସଫଳତାର ସହ ପରିଚାଳିତ ହେବ ଏବଂ ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.