କୁଖ୍ୟାତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର: ଦୋକାନୀଙ୍କୁ ହତ୍ୟା କରିବାକୁ ଯାଉଥିବାବେଳେ ନିପାତ, ବିହାର ଶ୍ରମିକ ହତ୍ୟାରେ ବି ଥିଲା ସାମିଲ୍

Published By : Prameya-News7 Bureau | October 28, 2021 IST

ଶ୍ରୀନଗର ୨୮/୧୦: ଯବାନ ଗୁଳିରେ ଟଳିଲେ ଆଉ ଜଣେ ଆତଙ୍କୀ । ଜାମ୍ମୁ କାଶ୍ମୀରର ବାରାମୁଲ୍ଲାରେ ଜଣେ ଦୋକାନୀଙ୍କୁ ମାରିବାକୁ ଯାଉଥିବା ବେଳେ ଆତଙ୍କୀକୁ ଗୁଳି କରି ହତ୍ୟା କରିଛି ଭାରତୀୟ ସୁରକ୍ଷା ବାହିନୀ । କୁହାଯାଉଛି ଯେ, ନିହତ ଆତଙ୍କବାଦୀ କିଛି ଦିନ ପୂର୍ବରୁ କାଶ୍ମୀରରେ ବିହାରର ଦୁଇ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲା । ଏହି ଆତଙ୍କବାଦୀ କେଉଁ ଆତଙ୍କବାଦୀ ସଂଗଠନର ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

wp:html /wp:html

ଭାରତୀୟ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଜାରି ରଖିଛି। ସୂଚନାଯୋଗ୍ୟଯେ, ଗତ କିଛି ଦିନ ମଧ୍ୟରେ କାଶ୍ମୀରରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି । କ୍ରମାଗତ ଭାବରେ ଏଭଳି ଆକ୍ରମଣ ଘଟୁଥିବା ଦେଖିବା ପରେ ସୁରକ୍ଷା ବାହିନୀ ଉପତ୍ୟକାର ସୁରକ୍ଷା ବୃଦ୍ଧି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.