ଶ୍ରୀନଗରରେ ବିଏସଏଫ ଟ୍ରୁପ୍ ଉପରେ ଆତଙ୍କବାଦୀ ଆକ୍ରମଣ, ଦୁଇ ଜବାନ ସହିଦ

Published By : Prameya-News7 Bureau | May 20, 2020 IST

ଶ୍ରୀନଗର ୨୦।୫: ଜାମ୍ମୁ କାଶ୍ମୀର ପାଣ୍ଡାଚରେ ସୁରକ୍ଷାବାହିନୀ ଟ୍ରୁପ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ଟ୍ରୁପ୍ ଉପରେ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଜବାନ ଗୁରୁତର ହୋଇଥିଲେ । ପରେ ଉଭୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ ଦୁଇଟି ବନ୍ଧୁକ ଲୁଟି ନେଇଥିବା ଜଣାପଡିଛି । ଆତଙ୍କବାଦୀଙ୍କ ବିରୋଧରେ ଜାମ୍ମୁ କାଶ୍ମୀରରେ ଲଗାତର ଅପରେସନ୍ ଜାରି ରହିଛି । ନିକଟରେ ଅନେକ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାବାହିନୀ ।

wp:html /wp:html

ମଙ୍ଗଳବାର ଦିନ ଶ୍ରୀନଗରର ନୱାକଦଲରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ହୁରିୟାତର ଅଧ୍ୟକ୍ଷ ମହମ୍ମଦ ଅଶରଫ ଖାନ୍ ଙ୍କ ସାନପୁଅ ଜୁନୈଦ ଖାନ୍ । ଅନ୍ୟ ଜଣେ ଆତଙ୍କବାଦୀ ପୁଲୱାମାର ବାସିନ୍ଦା ତାରିକ ଅହମ୍ମଦ ଶେଖ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.