ସୋପରରେ ଆତଙ୍କବାଦୀ ଆକ୍ରମଣ : ୨ ଜଣ ସୁରକ୍ଷାକର୍ମୀ ସହୀଦ, ୨ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ, ସର୍ଚ୍ଚ ଅପରେସନ ଜୋରଦାର

Published By : Prameya-News7 Bureau | June 12, 2021 IST

ଶ୍ରୀନଗର ୧୨/ ୦୬ : ଜାମ୍ମୁ କାଶ୍ମୀରର ସୋପର ଜିଲ୍ଲାରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କୀ ହାମଲାରେ ୨ ଜଣ ପୋଲିସ କର୍ମୀ ସହୀଦ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।


ସୋପର ଜିଲ୍ଲାର ଅରମାପୋରା ନିକଟରେ ଶନିବାର ଦିନ ସକାଳୁ ସୁରକ୍ଷାବଳ ଉପରକୁ ଅଚାନକ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ମୋଟ ୪ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାକୁ ନେଇ ଡିଜିପି ଦିଲବାଗ ସିଂହ କହିଛନ୍ତି, ପାଟ୍ରୋଲିଂ କରୁଥିବା ବେଳେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ । ଫଳରେ ପାଲଟା ଆକ୍ରମଣ କରିବା ପୂର୍ବରୁ ୨ ଜଣ ସୁରକ୍ଷାକର୍ମୀଙ୍କ ସମେତ ୨ ଜଣ ସ୍ଥାନୀୟ ଫଳ ବିକ୍ରେତାଙ୍କ ମୃତ୍ୟୁ ଘଟିଛି । ଗୁଳିମାଡରେ ୩ ଜଣ ପୋଲିସ କର୍ମୀ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।


ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ହାତ ଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜୋରଦାର କରିଛି ସିଆରପିଏଫ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.