Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ୟେମେନର ହୁତି ବିଦ୍ରୋହୀଙ୍କ ଭୀଷଣ ଆକ୍ରମଣ,ଶତାଧିକ ମୃତ

20/01/2020 at 10:01 PM

ସନା:  ୟେମେନ ରାଜଧାନୀ ସନାରୁ ୧୭୦ କିଲୋମିଟର ଦୂର ମାରିବ ସହରରେ ଥିବା ସେନା କ୍ୟାମ୍ପ ଉପରେ ରବିବାର ଆତଙ୍କବାଦୀ ଭୀଷଣ ଆକ୍ରମଣ କରିଛନ୍ତି। ସେନା କ୍ୟାମ୍ପସ୍ଥିତ ମସଜିଦ୍‌ରେ ନମାଜ ବେଳେ ହୋଇଥିବା ଏହି ଆକ୍ରମଣରେ ୧ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଆତଙ୍କବାଦୀମାନେ ମସଜିଦ୍ ଉପରକୁ ମିସାଇଲ ମାଡ କରିବା ସହ ଡ୍ରୋନରୁ ଗୁଳିବର୍ଷା କରିଥିଲେ।

ମସଜିଦ୍‌ରେ ସେନା କର୍ମଚାରୀଙ୍କ ସମେତ ସ୍ଥାନୀୟ ଜନତା ବି ନମାଜ ପାଠ କରୁଥିଲେ। ଏଣୁ ଅନେକ ସାଧାରଣ ନାଗରିକ ମଧ୍ୟ ହତାହତ ହୋଇଛନ୍ତି। ଆକ୍ରମଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ଥିଲା। ଆତଙ୍କବାଦୀଙ୍କ ଆକ୍ରମଣ ଶେଷ ହେବା ବେଳକୁ ମସଜିଦ୍ ଧ୍ୱଂସସ୍ତୁପରେ ପରିଣତ ହୋଇଥିବା ଦେଖାଯାଇଛି। ୟେମେନ ଏହି ଆକ୍ରମଣର ଦୃଢ ନିନ୍ଦା କରିଛି। ହୁତି ବିଦ୍ରୋହୀମାନେ ଏପରି କାଣ୍ଡ କରିଥିବା ସେନା ମୁଖପାତ୍ର କହିଛନ୍ତି।

ୟେମେନରେ ଗତ  ୨୦୧୪ ମସିହାରୁ ଗୃହ ଯୁଦ୍ଧ ଲାଗି ରହିଛି। ତେବେ ଦୀର୍ଘ ବର୍ଷରେ ଏହା ସବୁଠାରୁ ବଡ ଆକ୍ରମଣ ବୋଲି ସେନା କହିଛି। ତେବେ ଏଥିଲାଗି ହତି ବିଦ୍ରୋହୀମାନେ ଏବେଠାରୁ ସତର୍କ ରହିବାକୁ ସେନା ଚେତାଇ ଦେଇଛି। ଦିନକ ପୂର୍ବରୁ ସେନା ନିହମ କ୍ଷେତ୍ରରେ ବିଦ୍ରୋହୀଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ କରିଥିଲା। ସେଠାରେ ଏବେ ମଧ୍ୟ ସେନା କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ଅନେକ ବିଦ୍ରୋହୀ ପ୍ରାଣ ହରାଇଥିବାର ଆଶଙ୍କା କରାଯାଉଛି।

   Related Posts