Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କାଶ୍ମୀରରେ କେବଳ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରୁନି ସେନା, କିପରି ଆତଙ୍କର ନାଶ କରୁଛି ଦେଖନ୍ତୁ Video

16/10/2020 at 9:12 PM

ଶ୍ରୀନଗର ୧୬।୧୦: ଜମ୍ମୁକାଶ୍ମୀରରେ ସେନା କେବଳ ଆତଙ୍କବାଦୀଙ୍କର ନୁହେଁ ଆତଙ୍କର ମଧ୍ୟ ବିନାଶ କରୁଛି। ସେନାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏବେ ଭାଇରାଲ ହେବାରେ ଲାଗିଛି। କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ସମାପ୍ତ ହେବା ପରେ ମଧ୍ୟ ଥମିନି ଆତଙ୍କବାଦ। ଯୁବକଙ୍କୁ ବିଭିନ୍ନ ବାହାନାରେ ଆତଙ୍କବାଦୀ ସଙ୍ଗଠନମାନେ ନିଜ ସହ ସାମିଲ କରି ସମଗ୍ର ଉପତ୍ୟାକାରେ ଆତଙ୍କ ଜାରି ରଖିଛନ୍ତି। ତେବେ ସଙ୍ଗଠନରେ ସାମିଲ ଉପତ୍ୟାକାର ଯୁବକ ଆତଙ୍କବାଦର ଆୟୁ ଜାଣିବା ପରେ ନିଜ ଆଡୁ ଆତ୍ମସମର୍ପଣ କରୁଛନ୍ତି। ତେବେ ସେନା ଏମାନଙ୍କୁ କିପରି ଆତ୍ମସମର୍ପଣ କରାଉଛି ପ୍ରଥମ ଥର ଭିଡିଓରେ ଦେଖାଯାଇଛି।

ସମଗ୍ର ଉପତ୍ୟାକାରେ ଭାରତ ବିରୋଧୀ ବିଚାରଧାରା ପ୍ରସାର କରୁଛନ୍ତି ବିଦେଶୀ ଇସ୍ଲାମ ଆତଙ୍କବାଦୀ। ସେମାନେ ଧର୍ମର ଦ୍ୱାହୀ ଦେଇ ଯୁବକଙ୍କୁ ଲୋଭନୀୟ ପ୍ରତିଶ୍ରୁତିରେ  ଫଶାଇ  ହାତରେ ଅସ୍ତ୍ର ଧରାଇ ସିଧା ସେନା ମୁହଁକୁ ଠେଲି ଦେଉଛନ୍ତି। ତେବେ ଏଥିରେ ଆତଙ୍କର ଆୟୁଷ ଜାଣିବା ପରେ ଏପରି ଲୋକେ ସଙ୍ଗଠନରୁ ବାହାରିବାକୁ ବିକଳ ହେଉଥିଲେ ହେଁ ସେମାନଙ୍କୁ ଡରାଇ ଧମକାଇ ରଖୁଛନ୍ତି। ଏପରି ଲୋକେ ଯେତେବେଳେ ସେନା ହାବୁଡରେ ପଡୁଛନ୍ତି ସେମାନଙ୍କୁ ସେନା ଅଧିକାରୀମାନେ କିପରି ଆୟତ୍ତ କରୁଛନ୍ତି ଏହି ଭିଡିଓ ଦେଖିଲେ ଯେ କେହିବି ସ୍ପଷ୍ଟ ବୁଝିଯିବ।

ଏଥିରେ ସେନାର କୁମ୍ବିଂରେ ଏକ ଆତଙ୍କ ଆଡ୍ଡା ନଷ୍ଟ ହେଉଥିବା ବେଳେ ସେମାନଙ୍କ ସହ ଥିବା ଉପତ୍ୟାକାର ଯୁବକ ଧରାପଡୁଛି। ତେବେ ସେନା ତା ସହ କିପରି ଆଚରଣ କରୁଛି ଭିଡିଓରେ ଦେଖାଯାଇଛି। ସାଥୀମାନେ ନିହତ ହୋଇଥିବା ବେଳେ ଯୁବକ ନିଜ ସମ୍ମୁଖରେ ମୃତ୍ୟୁକୁ ଦେଖୁଛି। ପାଖରେ ଘାତକ ଅସ୍ତ୍ର ମଧ୍ୟ ଅଛି। ଏଥିରେ ସେନା କିପରି ତା ମନରେ ଆତ୍ମବିଶ୍ୱାସ ସୃଷ୍ଟି କରି ଆତ୍ମସମର୍ପଣ କରାଉଛି ଦେଖିଲେ ଯେ କେହିବି ବିସ୍ମିତ ନ ହୋଇ ରହିପାରିବନି। ଏଥିରୁ ଉପତ୍ୟାକାରେ ଆତଙ୍କର ମୂଳୋତ୍ପଟନ ଲାଗି ସେନାର ପ୍ରଶଂସନୀୟ ଉଦ୍ୟମ ସାମ୍ନାକୁ ଆସିଥିବା ବେଳେ ଆତଙ୍କବିରୋଧରେ ସେନା କେତେ ଭୟଙ୍କର ତାହା ମଧ୍ୟ ପ୍ରମାଣିତ ହୋଇଛି।  

   Related Posts