Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜମ୍ମୁକାଶ୍ମୀରରେ ୧୪ ଅପହୃତଙ୍କୁ ଛାଡିଲେ ଆତଙ୍କୀ ସଂଗଠନ

31/08/2018 at 11:04 PM

ଜମ୍ମୁକାଶ୍ମୀର ୧|୯: ଜମ୍ମୁକାଶ୍ମୀରରେ ହିଜବୁଲ ମୁଜାହିଡିନ୍ ଅପହରଣ କରିଥିବା ୧୪ଜଣଙ୍କୁ ଛାଡି ଦେଇଛି । ଏଭିତରେ ଅଛନ୍ତି ଦୁଇ ପୋଲିସ, ଜଣେ ଏସ୍ପିଓ ଏବଂ ୧୧ଜଣ ଜମ୍ମୁକାଶ୍ମୀର ପୋଲିସଙ୍କ ସଂପର୍କୀୟ । ଜମ୍ମୁକାଶ୍ମୀର ପୋଲିସ ଗିରଫ କରିଥିବା ଆତଙ୍କୀଙ୍କ ୪ ସଂପର୍କୀୟଙ୍କୁ ଛାଡିବା ପରେ ହିଁ ଆତଙ୍କବାଦୀ ସଂଗଠନ ଅପହୃତଙ୍କୁ ମୁକ୍ତ କରିଛି । ଗତ ବୁଧବାରଠାରୁ ଦକ୍ଷିଣ କାଶ୍ମୀରର ବିଭିନ୍ନ ଅଞ୍ଚଳରୁ ଆତଙ୍କବାଦୀ ସଂଗଠନ ପୋଲିସଙ୍କ ସଂପର୍କୀୟଙ୍କୁ ଅପହରଣ କରିଥିଲା । ଏନେଇ ସୁରକ୍ଷାବାହିନୀର ଚିନ୍ତା ବଢି ଯାଇଥିଲା । ଏପରିକି ଅପହୃତଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ଦେଖା ଦେଇଥିଲା । ଏହାପରେ ପୋଲିସ ଗିରଫ କରିଥିବା ଆତଙ୍କୀଙ୍କ ସଂପର୍କୀୟଙ୍କୁ ଛାଡିଛି । ମୁକ୍ତ ହୋଇଥିବା ଆତଙ୍କୀଙ୍କ ସଂପର୍କୀୟଙ୍କ ଭିତରେ ଥିଲେ ହିଜବୁଲ୍ କମାଣ୍ଡର ରିୟାଜ୍ ନାୟିକୋଙ୍କ ବାପା । ହିଜବୁଲ୍ ସଂଗଠନ ସୋସିଆଲ ମିଡିଆରେ କିଛି ଭିଡିଓ ରିଲିଜ କରିଥିଲା, ଯେଉଁଥିରେ ଅପହୃତମାନେ ଆତଙ୍କୀଙ୍କ ପରିବାରର ସୁରକ୍ଷା ପାଇଁ ଅପିଲ୍ କରୁଥିବା ଦେଖିବାକୁ ମିଳିଥିଲା ।

   Related Posts