Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ସାଧାରଣତନ୍ତ୍ର ଦିବସରେ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ଆତଙ୍କବାଦୀ ! ସତର୍କ କଲା ଇଣ୍ଟେଲିଜେନ୍ସ ଏଜେନ୍ସି

17/01/2021 at 5:18 PM

ନୂଆଦିଲ୍ଲୀ ୧୭/୦୧ : ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ବଡ ଧରଣର ଆକ୍ରମଣ ଯୋଜନା କରୁଛନ୍ତି ଖଲିସ୍ତାନୀ ଓ ଅଲକାଏଦା ଆତଙ୍କବାଦୀ ! ଇଣ୍ଟେଲିଜେନ୍ସ ବ୍ୟୁରୋ ପକ୍ଷରୁ ଏଭଳି ସତର୍କ ସୂଚନାବାଣୀ ମିଳିବା ପରେ ସଜାଗ ହୋଇଉଠିଛି ଦିଲ୍ଲୀ ପୋଲିସ । ଶୁଣିବାକୁ ମିଳୁଛି ଆତଙ୍କାବାଦୀମାନେ, ରାଜଧାନୀ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ସୁଯୋଗ ​‌ନେଇ ଏକ ବଡ ଧରଣର ଗଡବଡ କରିବାକୁ ପ୍ରୟାସ କରିପାରନ୍ତି ।

ଦିଲ୍ଲୀ କନ୍ନୋଟ ପ୍ଲେସ୍‌ର ଏସପି ସିଦ୍ଧାର୍ଥ ଜୈନ କହିଛନ୍ତି, ‘ଆମକୁ ଖବର ମିଳିଛି ଯେ ଖଲିସ୍ତାନୀ ଏବଂ ଅଲକାଏଦା ସଂଗଠନର ଆତଙ୍କବାଦୀମାନେ ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି’ ।

ପ୍ରତିବର୍ଷ ଦିଲ୍ଲୀରେ ଅଗଷ୍ଟ ୧୫ ଏବଂ ଜାନୁୟାରୀ ୨୬ ଭଳି ଦିନରେ ସୁରକ୍ଷା ବ୍ୟବସ୍ଥା ଚ୍ୟାଲେଞ୍ଜିଂ ହୋଇଥାଏ । ଏହି ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପାଇଁ ଯୋଜନା କରନ୍ତି । ଦିଲ୍ଲୀ ସୀମାରେ ଅନେକ ସଂଖ୍ୟାରେ ଚାଷୀ ଆନ୍ଦୋଳନରତ ଅଛନ୍ତି । ସୁରକ୍ଷା ଏଜେନ୍ସିକୁ ମିଳିଥିବା ଗୁପ୍ତ ସୂଚନା ଅନୁଯାୟୀ, ଚାଷୀ ଭିଡର ସୁଯୋଗ ନେଇ ଆତଙ୍କବାଦୀମାନେ ବଡ ଧରଣର ଆକ୍ରମଣ କରିପାରନ୍ତି । ଏହା ସହ ଦିଲ୍ଲୀ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଓ୍ବାଣ୍ଟେଡ୍‌ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଯାଇଛି ।  

ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସ ଅନ୍ୟ ରାଜ୍ୟ ତଥା ଏନସିଆର ପୋଲିସ ଅଧିକାରୀଙ୍କ ସହ ଶୁକ୍ରବାର ଏକ ବୈଠକ କରିଥିଲା ।  ଏହି ବୈଠକରେ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଥିଲା । ଚାଷୀମାନେ ଗଣନନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବା ପାଇଁ ଚେତାବନୀ ଦେଇଛନ୍ତି । ସେପେଟ ସୁରକ୍ଷା ଏଜେନ୍ସିର ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ ଘଣ୍ଟି ଦିଲ୍ଲୀ ପୋଲିସ ପାଇଁ ଚ୍ୟାଲେଞ୍ଜିଂ ହେବ ନିଶ୍ଚିତ ।  

   Related Posts