Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

କରୋନା ସଂକ୍ରମିତ ଚିଠି ପଠାଇ ନେତାଙ୍କୁ ଟାର୍ଗେଟ୍ କରିପାରନ୍ତି ଆତଙ୍କବାଦୀ, ଇଣ୍ଟରପୋଲ୍ ଦେଲା ଚେତାବନୀ

21/11/2020 at 8:12 AM

ନୂଆଦିଲ୍ଲୀ, ୨୧|୧୧: ସାରା ବିଶ୍ୱ ଏବେ କରୋନା ମହାମାରୀ ଦେଇ ଗତି କରୁଛି । କିଛି ଦେଶରେ କରୋନା ବାଇରସର ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏହା ମଧ୍ୟରେ ଅନ୍ତରାଷ୍ଟ୍ରୀୟ ଇଣ୍ଟରପୋଲ୍ ଏକ ଚକିତ କଲା ଭଳି ତଥ୍ୟ ଦେଇଛି । ଅନେକ ଦେଶର ବରିଷ୍ଠ ରାଜନେତାଙ୍କୁ କରୋନା ସଂକ୍ରମିତ ଚିଠି ଜରିଆରେ ଆତଙ୍କବାଦୀମାନେ ଟାର୍ଗେଟ୍ କରିପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ଅନ୍ତରାଷ୍ଟ୍ରୀୟ ଅପରାଧିକ ପୋଲିସ ସଙ୍ଗଠନ ବା ଇଣ୍ଟରପୋଲ୍ ସମସ୍ତ ଦେଶର ଗୁଇନ୍ଦା ବିଭାଗକୁ ଚେତାବନୀ ଦେଇଛି । ଇଣ୍ଟରପୋଲର କହିବାନୁସାରେ, କୋଭିଡ୍ ସଂକ୍ରମିତ ଚିଠି ଜରିଆରେ ନେତାମାନଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିବା ପାଇଁ ଯୋଜନା କରିଛନ୍ତି । ଭାରତର ତଦନ୍ତକାରୀ ସଂସ୍ଥାକୁ ମଧ୍ୟ ଚେତାବନୀ ଦିଆଯାଇଛି । ଏହାସହ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଇଣ୍ଟରପୋଲ ଆହୁରି କହିଛି ଯେ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଅନ୍ୟ ବରିଷ୍ଠ ନେତାଙ୍କୁ ଆତଙ୍କବାଦୀମାନେ ସଂକ୍ରମିତ ଚିଠି ପଠାଇ ପାରନ୍ତି । ଏହାକୁ ନେଇ ସତର୍କ ରହିବାର ଆବଶ୍ୟକତା ରହିଛି । ଏପରିକି ପୂର୍ବରୁ ମଧ୍ୟ ଅନେକ ନଜିର ରହିଛି । ସେମାନେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ଧମକାଇ ଏପରି କରିପାରନ୍ତି ।

ଅନ୍ତରାଷ୍ଟ୍ରୀୟ ଏଜେନ୍ସିର କହିବାନୁସାରେ, କିଛି ଆତଙ୍କବାଦୀ କରୋନା ସଂକ୍ରମିତ ହେବା ପରେ ମଧ୍ୟ ଏପରି କିଛି ଅଞ୍ଚଳକୁ ଯାଇ ସେଠାରେ ସଂକ୍ରମଣ ବୃଦ୍ଧି କରିପାରନ୍ତି । ଏପରିକି ସଂକ୍ରମିତ ସ୍ୱାବକୁ ଅନଲାଇନରେ ମଧ୍ୟ ଅନ୍ୟ କୌଣସି ବସ୍ତୁ ସହ ସେମାନେ ବିକ୍ରି କରିପାରନ୍ତି । ଇଣ୍ଟରପୋଲ ଗାଇଡଲାଇନରେ ସମସ୍ତ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି ।

   Related Posts