Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କରୋନାର ଫାଇଦା ଉଠାଇବା ଚକ୍କରରେ ଲସ୍କର ଓ ହିଜବୂଲ ଆତଙ୍କୀ ସଂଗଠନ, ଚାକିରୀ ହରାଇଥିବା ଯୁବକଙ୍କୁ କରିପାରନ୍ତି ଭର୍ତ୍ତି

14/04/2020 at 1:28 PM

ପାକିସ୍ତାନର ଆତଙ୍କୀ ସଂଗଠନ କରୋନା ସଙ୍କଟର ଫାଇଦା ଉଠାଇବଇବ ଚକ୍କରରେ ଅଛି ବୋଲି ଏକ ରିପୋର୍ଟରେ ଦାବି ହେଉଛି | ରିପୋର୍ଟ ଅନୁଯାୟୀ, ଲସ୍କର-ଏ-ତୋଇବା, ଜୈସ-ଏ-ମୋହମ୍ମଦ ଏବଂ ଅନ୍ୟ ଆତଙ୍କୀ ସଂଗଠନ ସମୂହ ପାକିସ୍ତାନ ଓ ଆଫଗାନିସ୍ତାନରେ ନୂଆ ଜିହାଦଙ୍କୁ ଭର୍ତ୍ତି କରିପାରେ | ମହାମାରୀ କାରଣରୁ ଦେଖାଦେଇଥିବା ଆର୍ଥିକ ସଙ୍କଟରେ ଆତଙ୍କବାଦୀ ଗୋଷ୍ଠୀ ଲୋକଙ୍କୁ ମତାଇବ| ତାଙ୍କୁ ଟଙ୍କା ଲୋଭ ଦେଇ ଆତଙ୍କବାଦୀ ସଂଗଠନରେ ଭର୍ତ୍ତି କରିବ | ଏକ ରିପୋର୍ଟ ଦାବି କରିଛି ଯେ, ହିଜବୂଲ ମୁଜାହିଦ୍ଦିନ ସମେତ ଅନେକ ଆତଙ୍କବାଦୀ ସଂଗଠନ ଆର୍ଥିକ ସଙ୍କଟର ଲାଭ ଉଠାଇ ଜିହାଦ ପ୍ରସ୍ତୁତ କରିବ |

ରିପୋର୍ଟ ଅନୁଯାୟୀ, ଆତଙ୍କୀ ସଂଗଠନ ବହୁତ ଦିନରୁ ଏହି ମଉକା ଖୋଜୁଥିଲା ଯେଉଁଥିରେ ସେ ଯୁବକମାନଙ୍କୁ ମତାଇ ନିଜର ପ୍ରଚାର କରିପାରିବେ | କରୋନା ଯୋଗୁଁ ଚାଲିଥିବା ଲକଡାଉନ ହେତୁ କାମ ବନ୍ଦ ରହିଥିବା ଯୋଗୁଁ ହଜାର ହଜାର ଯୁବକ ବେକାର ଅଛନ୍ତି | ଏମିତି ପରିସ୍ଥିତିରେ ଯିଏ ବେକାର ଥିବା ଯୁବକଙ୍କୁ ଯିଏ କାମ, ଖାଇବା ଓ ଟଙ୍କା ଦେବ ସେମାନେ ତାଙ୍କ ପାଇଁ ହିଁ କାମ କରିବେ |

ୱଲ୍ଫଙ୍କ ଅନୁଯାୟୀ, କରୋନା ଯୋଗୁଁ ଲୋକ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି | ମହାମାରୀ ଯୋଗୁଁ ଲୋକଙ୍କ ଦୈନନ୍ଦିନ ଜୀବନରେ ଅନେକ ଅସୁବିଧା ସୃଷ୍ଟି ହୋଇଛି | ଆତଙ୍କୀ ସଂଗଠନ ଏହିଭଳି ମଉକାର ଫାଇଦା ଉଠାଇବା ପାଇଁ ଜଗି ରହିଥାନ୍ତି | ସେମାନେ ଆତଙ୍କୀ ଗତିବିଧି ବଢ଼ାଇ ପ୍ରତ୍ୟେକ ଅଞ୍ଚଳରେ ଅଧିକରୁ ଅଧିକ ଆତଙ୍କବାଦୀ ବିସ୍ତାର କରିବାକୁ ଉଦ୍ୟମ କରିଥାନ୍ତି | ସେମାନେ ଲୋକଙ୍କୁ ସାମାଜିକ ଦୂରତା ଓ ଲକଡାଉନ ନିୟମ ବିପକ୍ଷରେ ଉତ୍ତେଜିତ କରିପାରନ୍ତି | ଯଦି ଏପରି ହୁଏ ତାହେଲେ ପାକିସ୍ତାନ ସରକାର ଲୋକଙ୍କୁ ସମ୍ଭାଳିବାରେ ଅସମର୍ଥ ହୋଇପଡିବ | ଏହା କୌଣସି ଦୁର୍ଭାଗ୍ୟ ଠାରୁ କମ ନୁହେଁ | ପାକିସ୍ତାନରେ ଆତଙ୍କବାଦୀଙ୍କ ଧାର୍ମିକ ପ୍ରଚାର ପ୍ରସାରର ଏକ ଅଂଶ ବୋଲି କୁହାଯାଏ ଏବଂ ତାଙ୍କୁ ପୁରା ସାହାଯ୍ୟ ମଧ୍ୟ କରାଯାଏ |

ଫ୍ରାନ୍ସରେ ନିର୍ବାସିତ ହୋଇ ରହୁଥିବା ପାକିସ୍ତାନୀ ସାମ୍ବାଦିକ ତାହା ସିଦ୍ଦିକିଙ୍କ କହିବାନୁଯାୟୀ, “ଏହି ମହାମାରୀ ସମୟରେ ଦକ୍ଷିଣପନ୍ଥୀ ଗୋଷ୍ଠୀ ଏବଂ ଇସଲାମବାଦୀ ଉଗ୍ରବାଦୀମାନେ ଏକଜୁଟ ହୋଇପାରନ୍ତି। କରୋନା ଯୋଗୁଁ ଅବସ୍ଥା ଆହୁରି ଖରାପ ହୋଇଛି। ଦୁନିଆ ସାରା ଲୋକ ନିଜକୁ ଅସୁରକ୍ଷିତ ଅନୁଭୂତ କରୁଛନ୍ତି | କରୋନାର ଚିକିତ୍ସା ଏବଂ ରୋଜଗାର ସଙ୍କଟର କୌଣସି ସମାଧାନ ଥିଲା ଭଳି ଦେଖାଯାଉନାହିଁ | ଏହିଭଳି ପରିସ୍ଥିତିରେ ଆତଙ୍କବାଦୀ ସଂଗଠନ ଲୋକଙ୍କ ମାନସିକ ସ୍ଥିତିର ଫାଇଦା ଉଠାଇ ତାଙ୍କୁ କଟରପନ୍ଥୀ କରିବା ସହଜ ହେବ | ଏହି ସମୟରେ ସୁରକ୍ଷା ଏଜେନ୍ସି ଏବଂ ସୋସିଆଲ ମିଡିଆ ନେଟୱାର୍କ ମିଳିତ ଭାବେ ଏହି ଆତଙ୍କବାଦୀ ଗୋଷ୍ଠୀକୁ ପ୍ରତିରୋଧ ଓ ପ୍ରକାଶ କରିବା ପାଇଁ ମିଳିମିଶି କାମ କରିବା ଆବଶ୍ୟକ |”

ସାଉଥ ଏସିଆନ୍ ଷ୍ଟଡିଜ୍ ବିଶେଷଜ୍ଞ ତଥା ଆମଷ୍ଟରଡାମ୍ ସ୍ଥିତ ୟୁରୋପୀୟ ଫାଉଣ୍ଡେସନ୍ ନିର୍ଦ୍ଦେଶକ ଜୁନାଏଡ୍ କୁରେଶିଙ୍କ ଅନୁଯାୟୀ, “ଏହା ଶୁଣିବାକୁ ଭୟା ଲାଗୁଛି ଯେ ସାରା ଦୁନିଆ ଭୟାବହ ମହାମାରୀ କରୋନା ସହ ସଂଘର୍ଷ କରୁଛି | ଠିକ ଏହି ସମୟରେ ଆତଙ୍କୀ ସଂଗଠନ ନିଜର କାୟା ବିସ୍ତାର କରିବାକୁ ପୁରା ଉଦ୍ୟମ କରୁଛନ୍ତି | ଦୁନିଆ ମହାମାରୀ ସହ ସଂଘର୍ଷ କଲାବେଳେ ଏମାନେ କିନ୍ତୁ ଧର୍ମ, ନିରକ୍ଷରତା, ଦାରିଦ୍ର, ଜାତି ଏବଂ ରାଜନୈତିକ ଅସ୍ଥିରତା ନାମରେ ଲୋକଙ୍କୁ ଶୋଷଣ କରୁଛନ୍ତି |”

   Related Posts