ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ମାସୁଦ ଅଜହରର ବଡ ବୟାନ !

Published By : Prameya-News7 Bureau | March 07, 2019 IST

ନୂଆଦିଲ୍ଲୀ ୭|୩ : ଜାମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କୀ ହମଲା ପରେ ଭାରତୀୟ ବାୟୁସେନାର ପାକିସ୍ତାନ ବାଲାକୋଟ୍ ରେ ଆତଙ୍କବାଦୀଙ୍କ ଶିବିର ଧ୍ବଂସ କରିବା ସହ ଆତଙ୍କୀଙ୍କୁ ମଧ୍ୟ ମାରିଛନ୍ତି । ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପାଇଁ ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା । ବାଲାକୋଟ୍ ଆକ୍ରମଣ ଘଟଣା ପରେ ଜୈସ୍-ଏ-ମହମ୍ମଦ ଆତଙ୍କୀ ସଂଗଠନର ମୁଖ୍ୟ ମାସୁଦ ଅଜହର ଏବେ ପର୍ଯ୍ୟନ୍ତ ଚୁପ୍ ଥିଲା । ପ୍ରଥମ ଥର ପାଇଁ ମାସୁଦ ତାର ନୀରବତା ଭାଙ୍ଗି ଚକିତ କରିବା ଭଳି ବୟାନ ଦେଇଛି ।

ମାସୁଦ ଅଜହର ପାକିସ୍ତାନରେ ରହୁଛି ଏବଂ ସେ ଜୈସ୍-ଏ-ମହମ୍ମଦର ମୁଖିଆ । ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ସେ ଯେଉଁ ପ୍ରତିକ୍ରିୟା ଦେଇଛି ତାହା ଚକିତ କରିବା ଭଳି । ସେ ଦାବି କରିଛି ଯେ, ଭାରତୀୟ ବାୟୁସେନାର ଆକ୍ରମଣରେ ଜୈସ୍ ର କୌଣସି କ୍ଷତି ହୋଇନାହିଁ ।

ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ମାସୁଦ ଅଜହର ଲେଖିଛି ଯେ, ମୁଁ ଏହାକୁ ସେତେବେଳେ ଲେଖିଥିଲି ଯେତେବେଳେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ ଖବର ଆସିଥିଲା । ସେ କହିଛି ଯେ, କବି ମାନଙ୍କ ପାଇଁ ଦର୍ଶକ ଯେଉଁଭଳି ବାଃ ବାଃ କରିଥାନ୍ତି ଭାରତ ଯେତେବେଳେ ଧମକ ଦିଏ ନେତାମାନେ ସେହିଭଳି ବାଃ ବାଃ କରିଥାନ୍ତି । ଭାରତ ଧମକକୁ କିଛି କାର୍ଯ୍ୟକାରୀ କରିପାରେନାହିଁ । ସେ ଭାରତୀୟ ନେତାମାନଙ୍କୁ ମଧ୍ୟ ଧୋକାବାଜ କହିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.