ଜୈସ୍ ମୁଖିଆ ମାସୁଦ ଆଝାରର ଅଡିଓ କ୍ଲିପ୍ ଜାରି, କହିଲା ‘ମୁଁ ବଞ୍ଚିଛି’

Published By : Prameya-News7 Bureau | March 08, 2019 IST

ନୂଆଦିଲ୍ଲୀ ୮|୩ : ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ସହ ଜଡିତ ଏକ ଅଡିଓ କ୍ଲିପ୍‌ ଜାରି କରାଯାଇଛି । ଏହି ଅଡିଓ କ୍ଲିପ୍ ରେ ଆତଙ୍କୀ  ମାସୁଦ ଲେଖିଥିବା ଷ୍ଟେଟମେଣ୍ଟକୁ ତାଙ୍କ ପ୍ରବକ୍ତା ସୈଫୁଲ୍ଲାହ ପଢିଛନ୍ତି । ଏହି ଅଡିଓରେ ମାସୁଦ ଆଝାର ତରଫରୁ ଷ୍ଟେଟମେଣ୍ଟ ଜାରି କରାଯାଇଛି । ସେ କହିଛି ଯେ, ମୁଁ ଏବେ ବଞ୍ଚିଛି । ସାରା ବିଶ୍ବରେ ମୋ ମରିବାର ଖବର ପ୍ରଚାର ହେଉଛି । ଯେତେବେଳ ଏହି ଅଡିଓ ଆପଣମାନଙ୍କ ନିକଟରେ ପହଞ୍ଚିବ ସେତେବେଳେ ମୁଁ ବଞ୍ଚିଥିବି କି ନାହିଁ ଜଣାନାହିଁ ।

ଏହି ଅଡିଓ  କ୍ଲିପ୍ ଜୈସ୍ ର ପ୍ରବକ୍ତା ସେଫୁଲ୍ଲାହ ଜାରି କରିଛି । ମାସୁଜ ଏହି ଅଡିଓ କ୍ଲିପ୍ ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ।

ସପ୍ତାହେ ପୂର୍ବରୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମେହମୁଦ କୁରେସି କହିଥିଲେ ଯେ, ଆଝାର ପାକିସ୍ତାନରେ ଅଛି କିନ୍ତୁ ସେ ଅସୁସ୍ଥ । ହେଲେ ବୁଧବାର ଦିନ ପାକ୍ ସେନା ପ୍ରବକ୍ତା ମେଜର ଜେନେରାଲ ଆସିଫ ଗଫୁର କହିଥିଲେ ଜୈସ୍-ଏ-ମହମ୍ମଦ ଆତଙ୍କୀ ସଂଗଠନ ପାକ୍ ରେ ନାହିଁ ବୋଲି । ପାକ୍ ସେନା ପ୍ରବକ୍ତା କହିବାର ଗୋଟିଏ ଦିନ ପରେ ଏହି ଅଡିଓ କ୍ଲିପ୍ ଜାରି କରାଯାଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ପାକିସ୍ତାନ ମାସୁଦ ନେଇ ମିଛ କହୁଛି । ପୁଣି ଧରାପଡିଛି ପାକିସ୍ତାନର ମିଛ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.