Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଦୁଇ ବର୍ଷର ଶିଶୁ କନ୍ୟାକୁ ଗୁଳି କରିଥିବା ଲଶକରର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସେନା ଗୁଳିରେ ନିହତ

11/09/2019 at 5:03 PM

ଶ୍ରୀନଗର – ଜାମ୍ମୁ-କାଶ୍ମୀରରେ ଜଣେ ସେଓ ବ୍ୟବସାୟୀଙ୍କୁ ଗତ ସପ୍ତାହରେ ଆକ୍ରମଣ କରିବା ସହ ତାଙ୍କୁର ଦୁଇ ଶିଶୁ କନ୍ୟା ସମେତ ୩ ଜଣଙ୍କୁ ଗୁଳ୍ କରିଥିବା ଲଶକର-ଇ-ତୋଇବାର ଆତଙ୍କବାଦୀ ନିହତ ହୋଇଛି । ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ସେ ନିହତ ହୋଇଛି । ଆତଙ୍କବାଦୀର ନାମ ଆସିଫ ମକବୁଲ ଭଟ୍‌ ବୋଲି ଜଣା ପଡିଛି । କାଶ୍ମୀରର ସୋପେର ଜିଲ୍ଲାରେ ଏହି ଘଟଣା ଘଟିଛି ।


ଆତଙ୍କବାଦୀ ମକବୁଲ ଜଣେ ସେଓ ବ୍ୟବସାୟୀଙ୍କୁ ଆକ୍ରମଣ କରିଥିଲା । ସଫି ଆଲାମ ନାମକ ଜଣେ ଶ୍ରମିକଙ୍କୁ ସେ ଗୁଳି କରିବା ସହ ତାଙ୍କର ଦୁଇ ବର୍ଷର ଝିଅକୁ ବି ଗୁଳି କରିଥିଲା । ଏହି ଅଞ୍ଚଳରେ ସଫି ବେଶ୍‌ ସକ୍ରିୟ ରହିଥିଲା। ସେ ଲିଫ୍‌ ଲେଟ୍‌ ଛାପିବା ସହ ବାଣ୍ଟୁଥିଲା । ଲିଫ ଲେଟ୍‌ରେ ଦୋକାନ ନ ଖୋଲିବା ସହ ଦୈନିକ କାର୍ଯ୍ୟ ନ କରିବା ପାଇଁ ଧମକାଉଥିଲା ବୋଲି ଜାମ୍ମୁ-କାଶ୍ମୀର ଡିଜିପି ଦିଲବାଗ ସିଂ ସୂଚନା ଦେଇଛନ୍ତି ।
ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ଦୁଇ ଜଣଙ୍କ ଅବସ୍ଥା ଏବେ ସ୍ଥିର ଥିବା ବେଳେ ଦୁଇ ବର୍ଷର ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଝିଅକୁ ଚିକିତ୍ସା ପାଇଁ ଦିଲ୍ଲୀ ଏମସ୍‌କୁ ସ୍ଥାନାନ୍ତରିକ କରିବାକୁ ନିର୍ଦେଶ ଦେଇଥିଲେ , ହେଲେ ତାଙ୍କ ପରିବାର ଲୋକ ଏହାକୁ ବିରୋଧ କରିଛନ୍ତି ।
ଗୋଟିଏ ଦୁଇ ବର୍ଷର ଶିଶୁକୁ ଗୁଳି କରିବା ଅତ୍ୟନ୍ତ ଘୃଣ୍ୟ କାମ ବୋଲି ଜାମ୍ମୁ-କାଶ୍ମୀର ପୁଲିସର ମୁଖାପାତ୍ର ପ୍ରକାଶ କରିଛନ୍ତି ।

ପାକିସ୍ତାନ ସେନା ଓ ଏହାର ଗୁଇନ୍ଦା ବିଭାଗ ଆଇଏସ୍‌ଆଇ ଏବେ କାଶ୍ମୀରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଭାରତୀୟ ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଏବେ ପାକିସ୍ତାନ ସେନା ଏଥିପାଇଁ ସକ୍ରିୟ ହୋଇଯାଇଥିବା ବେଳେ କାଶ୍ମୀର ସୀମାରେ ୨୫୭ ଜଣ ଜିହାଦିଙ୍କୁ ପ୍ରସ୍ତତ କରି ରଖିଛି ।

ସୋମବାରରେ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରୁଥିବା ଲଶକରର ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି । ସେହିପରି ପୋଷ୍ଟର ତିଆରି କରିଥିଲେ ଲୋକଙ୍କୁ ଭୟଭୀତ କରିବା ପରି ଲେଖା ଲେଖୁଥିବା ୮ ଜଣଙ୍କୁ ଗିରଫ କରାଯାଇଛି ।

   Related Posts