ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟରେ ପୋଲିସ ଅଫିସରଙ୍କ ପୁଅ ; ହାଇ ଆଲର୍ଟ ଜାରି

Published By : Prameya-News7 Bureau | August 31, 2018 IST

ଜାମ୍ମୁ କାଶ୍ମୀର ୩୧/୮ : ଜାମ୍ମୁ କାଶ୍ମୀରରେ ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି ପୋଲିସ ଅଫିସରଙ୍କ ସମ୍ପର୍କୀୟ | ଆଉ ଜଣେ ପୋଲିସ ଅଫିସରଙ୍କ ପୁଅକୁ କିଡନାପ କରିନେଇଛନ୍ତି ଆତଙ୍କବାଦୀ | ଗତ ୨୪ ଘଣ୍ଟାରେ ଦକ୍ଷିଣ କାଶ୍ମୀରର ବିଭିନ୍ନ ସ୍ଥାନରୁ ପୋଲିସଙ୍କ ସମ୍ପର୍କୀୟଙ୍କୁ ଉଠାଇନେଇଛନ୍ତି ଆତଙ୍କବାଦୀ | ଘଟଣା ନେଇ ସୁରକ୍ଷା ବାହିନୀର ଚିନ୍ତା ବଢି ଯାଇଛି | ଏଟଂବାଦୀ ସୟେଦର ପୁଅକୁ ଉଠାଇନେବା ପରେ ଆତଙ୍କବାଦୀମାନେ ଏଭଳି କାମ କରିଛନ୍ତି | ସୋପିଅନ, ଅନନ୍ତନାଗ, ଅବନ୍ତିପୁର ଅଂଚଳରୁ ଜାମ୍ମୁ କଶ୍ମୀର ପୋଲିସରେ କାମ କରୁଥିବା ପରିବାରରୁ ୫ ଜଣଙ୍କୁ ଅପହରଣ କରିନେଇଛନ୍ତି ଆତଙ୍କବାଦୀ | ଅପହୃତଙ୍କ ମଧ୍ୟରେ ଅଛନ୍ତି ଜଣେ ପୋଲିସ ସୁପରିଟେଣ୍ଡେଣ୍ଟଙ୍କ ଭାଇ | ଅପହରଣ ଘଟଣା ପରେ ପରେ ପୁରା ଦକ୍ଷିଣ କାଶ୍ମୀରରେ ହାଇ ଆଲର୍ଟ ଜାରି କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.