“ରାମ ମନ୍ଦିର ନିର୍ମାଣ କଲେ ଦିଲ୍ଲୀରୁ କାବୁଲ ଯାଏଁ ସବୁ ଧ୍ବଂସ ହୋଇଯିବ” : ଆତଙ୍କୀ ସଂଗଠନର ଧମକ
1/12/2018 at 12:00 PM

ଅଯୋଧ୍ୟା ୦୧/୧୨ : ଅଯୋଧ୍ୟା ରାମ ମନ୍ଦିର ବାବ୍ରି ମସଜିଦ ମାମଲାକୁ ନେଇ ଆତଙ୍କୀ ସଂଗଠନ ଜେସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହର ଏକ ଅଡିଓ ଟେପ ଜାରି କରିଛି | ଅଡିଓ ଟେପରେ ଖୋଲାଖୋଲି ଧମକ ଦେଇଛି | ସେ ଧମକ ଦେଇଛି ଯେ, ମସଜିଦ ଜାଗାରେ ଯଦି ରାମ ମନ୍ଦିର ନିର୍ମାଣ ହୁଏ ତାହେଲେ ଦିଲ୍ଲୀରୁ କାବୁଲ ଯାଏଁ ସବୁ ଧ୍ବଂସ ହୋଇଯିବ | ଦିଲ୍ଲୀରୁ କାବୁଲ ଯାଏଁ ସବୁ ମୁସଲମାନ ପିଲା ବଦଳା ନେବାପାଇଁ ପ୍ରସ୍ତୁତ ଅଛନ୍ତି |
ସମୁଦ ଦାବି କରିଛି ଯେ, କାବୁଲ ଓ ଜଲାଲାବାଦରେ ଭାରତୀୟ ସଂସ୍ଥାନଗୁଡିକୁ ଟାର୍ଗେଟ କରାଯାଇଛି | ଅଜହାର ଅଡିଓ ଟେପରେ କହିଛି ଯେ, ବାବ୍ରି ମସଜିଦକୁ ଭାଙ୍ଗି ସେଠାରେ ଅସ୍ଥାୟୀ ରାମ ମନ୍ଦିର ନିର୍ମାଣ କରାଯାଇଛି | ହିନ୍ଦୁମାନେ ସେଠାରେ ତ୍ରିଶୂଳ ସହିତ ଏକାଠି ହୋଇଛନ୍ତି | ମୁସଲମାନମାନଙ୍କୁ ଡରାଯାଇଥିବା ଅଜହର କହିଛି | ତେବେ ବାବ୍ରି ମସଜିଦ ପୁଣି ତାଙ୍କୁ ଡାକୁଛି ବୋଲି ସେ କହିଛି |
ଅଡିଓରେ ଆତଙ୍କୀ ସଂଗଠନ କହିଛି ଯେ, ବାବ୍ରି ମସଜିଦ ଉପରେ ତାଙ୍କର ନଜର ରହିଛି | ସେ ଆହୁରି କହିଛନ୍ତି ଯେ, ଯଦି ହିନ୍ଦୁମାନେ ସରକାରୀ ଖର୍ଚ୍ଚ କରିବା ପାଇଁ ସଜାଗ ଅଛନ୍ତି ତାହେଲେ ମୁସଲମାନ ମଧ୍ୟ ଏଥିପାଇଁ ଜୀବନ ଖର୍ଚ୍ଚ କରିବା ପାଇଁ ରେଡି ଅଛନ୍ତି | କେବଳ ସେତିକି ନୁହେଁ, ଅଡିଓରେ ଅଜହାର କର୍ତ୍ତାରପୁର କରିଡର ବାବଦରେ ମଧ୍ୟ ଟିପ୍ପଣୀ ଦେଇଛି | ପାକିସ୍ତାନ ସରକାର କର୍ତ୍ତାରପୁର କରିଡର ପାଇଁ ଭାରତୀୟ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବା ସମ୍ପର୍କରେ କ୍ଷୁବ୍ଧ ପ୍ରକାଶ କରିଛି |
ଅଡିଓ ଟେପରେ ଅଜହର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମଧ୍ୟ ବିଷ ଓଗାଳିଛି | ସେ କହିଛି ଯେ, ଏସବୁ ମୋଦି ନିର୍ବାଚନକୁ ଆଖି ଆଗରେ ରଖି କରୁଛନ୍ତି |
ସୂଚନାଯୋଗ୍ୟ ଯେ, ବିଗତ କିଛି ଦିନ ହେଲା ଆତଙ୍କୀ ସଂଗଠନ ଏବଂ ଆତଙ୍କବାଦୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଏବଂ ତୀକ୍ଷ୍ଣ ଭାଷାର ପ୍ରୟୋଗ କରାଯାଇଛି | ଯେଉଁଥିପାଇଁ ଅନେକ ଆତଙ୍କୀ ବିଳିବିଳେଇ ହେଉଛନ୍ତି | ସେଥିପାଇଁ ଏବେ ସେ ଏଭଳି ଅଡିଓ ଟେପ ଜାରି କରି ବିଲୁଆ ଭଳି ରଡି ଛାଡି ଡରେଇବାକୁ ଚେଷ୍ଟା କରୁଛି |