ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ : ଘରେ ପଶି ଏସପିଓ ଏବଂ ପତ୍ନୀଙ୍କୁ ହତ୍ୟା, ଝିଅ ଗୁରୁତର

Published By : Prameya-News7 Bureau | June 28, 2021 IST

ଶ୍ରୀନଗର ୨୮/୬ : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ଅଭାବନୀୟ କାଣ୍ଡ ଘଟାଇବାରେ ଲାଗିଛିନ୍ତି । ଏୟାରପୋର୍ଟର ଏୟାରଫୋର୍ସ ଷ୍ଟେସନରେ ଆତଙ୍କୀମାନେ ଡ୍ରୋନ ଆଟାକ କରିବା ପରେ ଏବେ କରିଛନ୍ତି ବର୍ବର କାଣ୍ଡ । ଜମ୍ମୁ କଶ୍ମୀରର ତ୍ରାଲରେ ଆତଙ୍କବାଦୀମାନେ ଘରେ ପଶି ଜଣେ ଏସପିଓ ଓ ତାଙ୍କ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ।

ସହିଦ ହୋଇଥିବା ଏସପିଓ ଯବାନ ହେଉଛନ୍ତି ଫାଇଜଲ ଅହମଦ । ତେବେ ସହିଦ ଯବାନଙ୍କ ଝିଅ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଥାଉକି, କଶ୍ମୀର ଜୋନ ଅବନ୍ତୀପୋରାର ହରିପରିଗିଗାମର ରହୁଥିବା ଏସପିଓ ଯବାନ ଅହମଦଙ୍କ ହଠାତ୍ ଆତଙ୍କବାଦୀମାନେ ଘରେ ପଶିଥିଲେ । ତେବେ କେହି କିଛି ବୁଝିବା ପୂର୍ବରୁ ସେମାନେ ଆଖି ବୁଜା ଗୁଳିଚଳାଇଥିଲେ ।

ଏହି ଗୁଳିମାଡ଼ରେ ଅହମଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପତ୍ନୀ ଓ ଝିଅ ଗୁରୁତର ହୋଇଥିଲେ । ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ପତ୍ନୀଙ୍କ ମୃତ୍ୟୁ ହେବା ସହ ଝିଅ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଖବର ପାଇ ସେହି ଅଂଚଳରେ ସେନା ପକ୍ଷରୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.