ଜମ୍ମୁ-କାଶ୍ମୀର ସୋପୋରରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ, ୧୯ ଆହତ, ୬ ଗୁରୁତର

Published By : Prameya-News7 Bureau | October 28, 2019 IST

ଶ୍ରୀନଗର:  ଜମ୍ମୁ-କାଶ୍ମୀରର ସୋପୋର ଜିଲ୍ଲାରେ ସୋମବାର ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି। ସୋପୋର ବସଷ୍ଟାଣ୍ଡ ନିକଟରେ ଏହି ଆକ୍ରମଣ ହୋଇଥିବା ବେଳେ ସେମାନେ ସୁରକ୍ଷାବଳଙ୍କୁ ଟାର୍ଗେଟ କରିଥିଲେ। ବିସ୍ଫୋରଣ ପରେ ସୁରକ୍ଷା ବଳ ଅଞ୍ଚଳକୁ ଘେରାଉ କରି ତଲାସୀ ଅଭିଯାନ ଚଳାଇଛନ୍ତି। ତେବେ ଏଥିରେ କୌଣସି ସୁରକ୍ଷା କର୍ମଚାରୀ ପ୍ରଭାବିତ ହୋଇନଥିବା ବେଳେ ଅନେକ ସାଧାରଣ ନାଗରିକ ଆହତ ହୋଇଥିବା ଜଣାପଡିଛି।

{"id":176027}

କାଶ୍ମୀର ଜୋନ ପୋଲିସ ଅନୁସାରେ ଆତଙ୍କବାଦୀମାନେ ବସ୍ ଷ୍ଟାଣ୍ଡରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଗ୍ରେନେଡ ମାଡ କରିଥିଲେ। ଫଳରେ ୧୯ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବିସ୍ଫୋରଣ ପରେ ଅଞ୍ଚଳକୁ ଘେରାଉ କରି ରଖାଯାଇଛି। ଘଟଣାସ୍ଥଳରେ ସିଆଇଏସଏଫ ୧୭୯ତମ ବଟାଲିୟନର ଜବାନମାନେ ତଲାସୀ ଅଭିଯାନ ଚଳାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.