ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ, ୬ ସିଆରପିଏଫ ଜବାନ ଆହତ

Published By : Prameya-News7 Bureau | October 26, 2019 IST

ଶ୍ରୀନଗର: ଜମ୍ମୁ-କାଶ୍ମୀର ଶ୍ରୀନଗରର କାକା ସରାୟ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିବା ଜଣାପଡିଛି। ଆତଙ୍କବାଦୀମାନେ ସୁରକ୍ଷାଭଳଙ୍କୁ ଗ୍ରେନେଡରେ ଆକ୍ରମଣ କରିଥିବା ଜଣାପଡିଛି। ଫଳରେ ୬ ଜଣ ସିଆରପିଏଫ ଜବାନ ଆହତ ହୋଇଛନ୍ତି। ଗ୍ରେନେଡ ମାଡ ପରେ ଜବାନମାନେ ଅଞ୍ଚଳକୁ ଘେରି ଯାଇଛନ୍ତି। ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ କରି ଏବେ ସେଠାରେ ସର୍ଚ୍ଚ ଆପରେସନ ଚଳାଯାଇଥିବାର ସୂଚନା ମିଳିଛି।

ଆତଙ୍କବାଦୀମାନେ ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ କେରେନ ନଗର ପୋଲିସ ଷ୍ଟେସନକୁ ଟାର୍ଗେଟ  କରି ଗ୍ରେନେଡ ଫିଙ୍ଗିଥିଲେ। ସେତେବେଳେ ସେଠାରେ ମୂତୟନ ଥିବା ସିଆରପି ଏଫ ଜବାନ ଗ୍ରେନେଡ ବିସ୍ଫୋରଣରେ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ହେଲା କାଶ୍ମୀରରେ ଏଭଳି ଛୋଟମୋଟ ଉପଦ୍ରବର ସୂଚନା ମିଳିବାରେ ଲାଗିଛି। କିଛି ଦିନ ପୂର୍ବରୁ ସେଓ ଟ୍ରକଡ୍ରାଇଭରଙ୍କୁ ଆତଙ୍କବାଦୀ ହତ୍ୟା କରିଥିବାର ଅଭିଯୋଗ ମିଳିଥିଲା।

ଦୁଇ ଦିନ ପୂର୍ବେ ଆତଙ୍କବାଦୀମାନେ ସିଆରପିଏଫର ଏକ ଟିମ ଉପରକୁ ଗ୍ରେନେଡ ଆକ୍ରମଣ କରିଥିଲେ। କୁଲଗାଓଁ ଜିଲ୍ଲା ଚବଲ ଗାଓଁରେ ଆତଙ୍କବାଦୀଙ୍କ ଗ୍ରେନେଡ ବିସ୍ଫୋରଣରେ ଜଣେ ସିଆରପିଏଫ ଜବାନ ଆହତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.